30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି

ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ନ୍ୟାୟପାଳିକା ପ୍ରତି ସ୍ୱଚ୍ଛତା ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ସାର୍ବଜନୀନ ଭାବରେ ଘୋଷଣା କରିବାକୁ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ଏଣିକି ଦେଶର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ମଧ୍ୟ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ୍‌। ପ୍ରଧାନ ବିଚାରପତି (ସିଜେଆଇ) ଏବଂ ଅନ୍ୟ ବିଚାରପତିମାନେ ନିଜ ସମ୍ପତ୍ତି ତାଲିକା ସ୍ୱଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟ୍‌ରେ ସାର୍ବଜନୀନ କରିବେ। ବର୍ତ୍ତମାନ ସମୟରେ ସିଜେଆଇ ସଞ୍ଜୀବ ଖାନ୍ନା, ବିଚାରପତି ବିଆର ଗୋଭାଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଅଭୟ ଏସ୍ ଓକାଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ୍ ୩୩ବିଚାରପତି ନିଜ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ଯାଉଛନ୍ତି। ଏନେଇ ଗତ ୧ତାରିଖରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତିମାନେ ଏକ ବୈଠକ କରିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ମିଳିଛି।

ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା। କିନ୍ତୁ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ରହୁନଥିଲା। ଏବେ କିନ୍ତୁ ପ୍ରଧାନବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କର ସମ୍ପତ୍ତି ସମ୍ବନ୍ଧିତ ସବିଶେଷ ତଥ୍ୟ କୋର୍ଟ ୱେବ୍‌ସାଇଟ୍‌ରେ ସ୍ଥାନ ପାଇବ। ସୂଚନା ଥାଉକି, ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ମାମଲାରେ ତଦନ୍ତ ପାଇଁ ସିଜେଆଇ ସଞ୍ଜୀବ ଖାନ୍ନା ମାର୍ଚ୍ଚ ୨୨ରେ ଏକ ୩ଜଣିଆ କମିଟି ଗଠନ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking