19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶକଞ୍ଚା ଚିକେନ ନେଇଗଲା ୨ ବର୍ଷ ଝିଅର ଜୀବନ

କଞ୍ଚା ଚିକେନ ନେଇଗଲା ୨ ବର୍ଷ ଝିଅର ଜୀବନ

ତେଲେଙ୍ଗାନା : ପ୍ରାୟତଃ ଖାଦ୍ୟ ସାମଗ୍ରୀ ଉପରେ ବହୁତ ସମୟ ବିଭିନ୍ନ ପ୍ରକାର ଆଲୋଚନା ହୋଇଥାଏ । କିନ୍ତୁ ଖାଦ୍ୟ ପ୍ରତି ଆଗ୍ରହକୁ ସର୍ବଦା ଏକ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ବିବେଚନା କରାଯାଏ । ଆନ୍ଧ୍ରପ୍ରଦେଶରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ଯେଉଁଠାରେ କଞ୍ଚା ମାଂସ ଖାଇ ଜଣେ ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଛି । ଘଟଣାଟି ଗତ ମାସରେ ଘଟିଥିଲା କିନ୍ତୁ ଏବେ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ୱାରା କରାଯାଇଥିବା ତଦନ୍ତରୁ ଝିଅଟି ସହିତ କ’ଣ ଘଟିଥିଲା ତାହା ଜଣା ପଡିଛି । ସୂଚନା ଅନୁସାର ଝିଅଟିର ମୃତ୍ୟୁ ମାର୍ଚ୍ଚ ୧୫ ତାରିଖରେ ହୋଇଥିଲା । ପ୍ରାରମ୍ଭିକ ତଦନ୍ତରେ ଡାକ୍ତରମାନଙ୍କୁ ବାର୍ଡ ଫ୍ଲୁ ସନ୍ଦେହ କରିଥିଲ ।

ଏହାପର ଡାକ୍ତର ଏହାର ଏକ ନମୁନା ପୁଣେ ପଠାଇଥିଲ । ରିପୋର୍ଟରେ ଏହି ଭାଇରସ ନିଶ୍ଚିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି କାରଣ ପାଲନାଡୁ ଜିଲ୍ଲାରେ ଅନ୍ୟ କୌଣସି ବାର୍ଡ ଫ୍ଲୁର ମାମଲା ରିପୋର୍ଟ ହୋଇନାହିଁ । ତେବେ ଅଧିକାରୀ କହିଛନ୍ତି ପରିବାରର ଅନ୍ୟ କେହି ସଂକ୍ରମିତ ହୋଇ ନଥିଲେ । ଝିଅଟିର ପରିବାରରେ ଅନ୍ୟ କେହି ସଂକ୍ରମିତ ହୋଇ ନଥିଲେ, ତେଣୁ ସେ କିପରି ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ପ୍ରଶ୍ନ ଉଠାଇଛି । ଯେତେବେଳେ ପରିବାର ସଦସ୍ୟମାନଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେମାନେ କହିଥିଲେ ଯେ ଝିଅଟି ବେଳେ ବେଳେ କଞ୍ଚା ଚିକନକୁ ଖାଇ ଦେଉଥିଲା । ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଝିଅ ଟି କଞ୍ଚା କୁକୁଡ଼ାର ଏକ ଖଣ୍ଡ ଖାଇଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାର୍ଡ ଫ୍ଲୁ ଏଚ୍‌୫ଏନ୍‌୧ ସାଧାରଣତଃ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସି ବ୍ୟାପିଥାଏ। କିନ୍ତୁ କେତେକ ସମୟରେ ସଂକ୍ରମିତ ମାଂସ ଖାଇବା ମଧ୍ୟ ବିପଦକୁ ବଢ଼ାଇପାରେ। ତଥାପି ଏହା ବହୁତ ବିରଳ କ୍ଷେତ୍ରରେ ଦେଖାଯାଏ। ଡାକ୍ତରମାନେ କହିଛନ୍ତି ଯେ ରନ୍ଧା କୁକୁଡ଼ା ଖାଇବା ଦ୍ୱାରା ବାର୍ଡ ଫ୍ଲୁର କୌଣସି ଆଶଙ୍କା ନାହିଁ କିନ୍ତୁ କଞ୍ଚା ମାଂସ ଖାଇବା ଦ୍ୱାରା ଅନେକ ପ୍ରକାରର ଜୀବାଣୁ ଏବଂ ଭାଇରାଲ୍ ସଂକ୍ରମଣର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking