24.1 C
Bhubaneswar
Friday, February 13, 2026
Homeଓଡିଶାବାଲି ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର ଆହାତ

ବାଲି ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର ଆହାତ

ମୟୂରଭଞ୍ଜ: ଦିନକୁଦିନ ବାଲି ଚୋରଙ୍କ ଦୌରାତ୍ମ୍ୟା ବଢ଼ିବାରେ ଲାଗିଛି । ସେମାନଙ୍କ କବଳରୁ ତ୍ରାହି ପାଉନି ପୋଲିସ। କେତେବେଳେ ଆକ୍ରମଣ କରୁଛନ୍ତି ତୋ ପୁଣି କେତେବେଳେ ଗାଡ଼ି ଚପାଇ ଜୀବନରୁ ମାରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଛି।ତେବେ ସେହିଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଆଜି ସାମ୍ନାକୁ ଆସିଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।ଅନ୍ୟପଟେ ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟାରେ ରହି ମାଫିଆ ଗୋଷ୍ଠୀ ନିଜ ନିଜର କଳା ସାମ୍ରାଜ୍ୟ ଚଳାଉ ଥିବା ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ବେଆଇଆନ ମାଟି, ମୋରମ, ବାଲି ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକ ଲଗାଇବାରେ ଖଣି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣ ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି l ତେବେ ମାଫିଆ ମାନେ ପୋଲିସ କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି l

ସୂଚନା ମୁତାବକ, ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅଧୀନ ଶିଖରପୁରରୁ ତିନୋଟି ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଚାଲାଣ ହୋଇ ରାସଗୋବିନ୍ଦପୁର ଥାନା ଅଞ୍ଚଳକୁ ଆସୁଥିଲା l ତେବେ ଉକ୍ତ ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ହରିପୁର ନିକଟରେ ଉପରୋକ୍ତ ତିନୋଟି ଟ୍ରାକ୍ଟରକୁ ଅଟକାଇ ପ୍ରତି ଟ୍ରାକ୍ଟରରେ ଜଣେ ଜଣେ ହୋମଗାର୍ଡଙ୍କ ଉପସ୍ଥିତିରେ ଟ୍ରାକ୍ଟର ଗୁଡିକୁ ଥାନାକୁ ଆଣିବା ସମୟରେ କାକବନ୍ଧ ନିକଟରେ କିଛି ଦୁର୍ବୁତ୍ତ ବାଇକରେ ଆସି ହୋମଗାର୍ଡ ମାନଙ୍କୁ ଆକ୍ରମଣ କରିଥିଲେ l ଗୋଟିଏ ଟ୍ରାକ୍ଟର ଚଳନ୍ତା ଅବସ୍ଥାରେ ଡାଲା ଟେକି ରାସ୍ତାରେ ବାଲି ଢ଼ାଳି ପକାଇ ଡ୍ରାଇଭର ଟ୍ରାକ୍ଟରକୁ ଓଲଟାଇ ଦେଇ ଉପସ୍ଥିତ ହୋମଗାର୍ଡ ପ୍ରଶାନ୍ତ ପାତ୍ରଙ୍କୁ ମାରି ଦେବାର ଧମକ ଦେଇଥିଲେ ଫଳରେ ହୋମଗାର୍ଡ ପ୍ରଶାନ୍ତ ଗୁରୁତର ଆହତ ହୋଇଛନ୍ତି l ସେହିପରି ଏହାର ସୁଯୋଗନେଇ ଅନ୍ୟ ଏକ ଟ୍ରାକ୍ଟର ଘଟଣାସ୍ଥଳରୁ ପଳାଇ ମଝି ରାସ୍ତାରେ ବାଲିକୁ ଅନଲୋଡ଼ କରି ହୋମଗାର୍ଡ ଲାଡେନ ବେଶ୍ରାଙ୍କୁ ଛାଡି ଦେଇଥିଲା l ତେବେ ଆଉ ଏକ ଟ୍ରାକ୍ଟରକୁ ଥାନା ଡ୍ରାଇଭର ସୁମନ୍ତ ବେହେରା ଏବଂ ହୋମଗାର୍ଡ ଥାନାକୁ ଆଣିଥିବାର ଜଣାପଡିଛି l ତେବେ ଚୋରା ମାଫିଆଙ୍କ ଏମିତି ଦୌରାତ୍ମ୍ୟକୁ ରୋକ ଲଗାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳରେ ଦାବି ହେଉଛି l ଅପରପକ୍ଷରେ ଆବଶ୍ୟକ ପୋଲିସ କର୍ମଚାରୀ ଅଭାବ ଥିବା ବେଳେ ବାଲି ଚୋର ସଂଖ୍ୟା ଅଧିକ ଥିବାରୁ ଏମିତି ଘଟଣା ଘଟୁଛି। ତେଣୁ ପୋଲିସ କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking