18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆଇଆଇଟି ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ବି ହେବ ଭୟଙ୍କର ଭୂକମ୍ପ!

ଆଇଆଇଟି ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ବି ହେବ ଭୟଙ୍କର ଭୂକମ୍ପ!

କାନପୁର: ଗତ ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ମିଆଁମାରକୁ ସମ୍ପୂର୍ଣ୍ଣ ରୂପେ ଉଜାଡି ଦେଇଛି। ମିଆଁମାରର ଅସ୍ଥିତ୍ୱ ଏବେ ଧୂଳିସାତ୍ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଏହି ଭୂକମ୍ପରେ ୨ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମିଆଁମାରରେ ପ୍ରକୃତିର ଏପ୍ରକାର ତାଣ୍ଡବକୁ ନେଇ ସମଗ୍ର ବିଶ୍ୱ ହତବାକ୍ ହୋଇପଡିଥିବା ବେଳେ ଭାରତ ପାଇଁ ମଧ୍ୟ ଏପ୍ରକାର ଏକ ସତର୍କ ଘଣ୍ଟି ବାଜିଛି। ଆଇଆଇଟି କାନପୁରର ବୈଜ୍ଞାନିକମାନେ ଏବେ ଭାରତରେ ମଧ୍ୟ ମିଆଁମାର ଭଳି ପ୍ରଳୟଙ୍କାରୀ ଭୂମିକମ୍ପ ଆସିବା ନେଇ ଚେତାବନୀ ଦେଇଛନ୍ତି।

ଆଇଆଇଟି କାନପୁରର ଆର୍ଥ ସାଇନସେସ୍ ବିଭାଗର ପ୍ରଫେସର ଜାଭେଦ୍ ମଲିକ କହିଛନ୍ତି, ‘ମିଆଁମାର ଏବଂ ବ୍ୟାଙ୍କକ୍‌ରେ ହୋଇଥିବା ଭୟଙ୍କର ଭୂମିକମ୍ପର ମୁଖ୍ୟ କାରଣ ହେଉଛି ସାଗାଇଙ୍ଗ ଫଲ୍ଟ।’ ସାଗାଇଙ୍ଗ ଫଲ୍ଟ ଅତ୍ୟନ୍ତ ବିପଦପୂର୍ଣ୍ଣ। ଏବଂ ଏହି ଫଲ୍ଟକୁ ଇଣ୍ଟରନେଟ୍‌ରେ ଥିବା ମ୍ୟାପ ମାଧ୍ୟମରେ ସହଜରେ ଦେଖିହେବ। ତେବେ ‘ଭାରତର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଗଙ୍ଗା-ବଙ୍ଗ ଫଲ୍ଟ ଅଛି।’ ଏହା ମଧ୍ୟ ଭୂମିକମ୍ପ ଭଳି ବିପର୍ଯ୍ୟୟ ଆଣିପାରେ। ବୈଜ୍ଞାନିକ ସିଦ୍ଧାନ୍ତ ଅନ୍ତର୍ଗତ ଯେତେବେଳେ ଗୋଟିଏ ଫଲ୍ଟ ସକ୍ରିୟ ହୋଇଥାଏ ସେତେବେଳେ ଅନ୍ୟ ଏକ ଫଲ୍ଟ ମଧ୍ୟ ସକ୍ରିୟ ହେବାର ଆଶଙ୍କା ବଢ଼ିଯାଇଥାଏ। ମିଆଁମାରରେ ଥିବା ସାଗାଇଙ୍ଗ୍ ଫଲ୍ଟ ସକ୍ରିୟ ହେବା କାରଣରୁ ମିଆଁମାର ଆଜି ବିଭୀଷିକାର ଦ୍ୱାରଦେଶରେ ଛିଡା ହୋଇଛି। ଯଦି ଭାରତରେ ଥିବା ଗଙ୍ଗା-ବଙ୍ଗ ଫଲ୍ଟ କୌଣସି କାରଣବଶତଃ ମଧ୍ୟ ସକ୍ରିୟ ହୁଏ ତେବେ ଏହା ଭାରତରେ ଏକ ଭୟଙ୍କର ଭୂମିକମ୍ପ ସୃଷ୍ଟି କରିବା ଆଶଙ୍କାକୁ କଦାପି ଏଡାଇ ଦିଆଯାଇପାରିବନି।

ପ୍ରଫେସର ମଲିକ୍ କହିଛନ୍ତି, ‘ଆମକୁ ଭାରତରେ କୌଣସି ବଡ଼ ଭୂମିକମ୍ପ ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ।’ ହିମାଳୟରେ ଅନେକ ସକ୍ରିୟ ଫଲ୍ଟ ରେଖା ଅଛି। ଏହା ସେମାନଙ୍କର ସମ୍ମୁଖ ଅଂଶରେ କରାଯାଇଛି, କିନ୍ତୁ ସେସବୁ ଉପରେ ମଧ୍ୟ ଫଲ୍ଟ ରେଖା ଅଛି। ଆମେ କେବଳ ପ୍ଲେଟ ସୀମା ପାଖରେ ହେଉଥିବା ଭୂମିକମ୍ପକୁ ଦେଖିବା ଉଚିତ୍ ନୁହେଁ। ଭାରତର ଉତ୍ତର-ପୂର୍ବ ଅଞ୍ଚଳ ଏବଂ କାଶ୍ମୀର ଜୋନ-୫ ଅଧୀନରେ ଆସେ। ଏପରି ପରିସ୍ଥିତିରେ, ଏହି କ୍ଷେତ୍ରଗୁଡ଼ିକରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏହାବ୍ୟତୀତ, ଏହି ଅଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ଏବଂ ଭୂମିକମ୍ପର ପ୍ରଭାବକୁ ହ୍ରାସ କରିବା ପାଇଁ କାର୍ଯ୍ୟ କରାଯିବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking