21.7 C
Bhubaneswar
Monday, February 23, 2026
Homeଓଡିଶାସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସହ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ବୁଝାମଣାପତ୍ର ସ୍ୱାକ୍ଷର

ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସହ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ଵର : ସ୍କିଲ୍ ଇଣ୍ଡିଆ ମିଶନକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିକଳ୍ପନାକୁ ଆଉ ଏକ ପାଦ ଆଗକୁ ନେଇ, “ଦକ୍ଷତା” କାର୍ଯ୍ୟକ୍ରମ ଅଧୀନରେ କର୍ମଚାରୀ ମାନଙ୍କ କୌଶଳ ବୃଦ୍ଧି ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡ଼ିଶାର ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ-ଓଡ଼ିଶା) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଜେଏସପି ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ ଏବଂ ସିଜିୟୁର ପ୍ରୋ ଭାଇସ୍ ଚାନ୍ସେଲର ଡ. ଜି ଶ୍ରୀଦେବୀ ଏହି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଜେଏସପିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ଦିଲୀପ କୁମାର ସିହ୍ନା, ଭାଇସ୍ ପ୍ରେସିଡେଣ୍ଟ (ମାନବ ସମ୍ବଳ) ଶ୍ରୀ ସୁଭାଷ ଚନ୍ଦ୍ର; ସିଜିୟୁର ପ୍ରଫେସର ଅଫ୍ ପ୍ରାକ୍ଟିସ୍ ଅମୂଲ୍ୟ ମହାପାତ୍ର; ୱେଲ୍ଡିଂ ସିଓଇ ମୁଖ୍ୟ ଶ୍ରୀ ଦେବାଶିଷ ମହାପାତ୍ର ଏବଂ ଅଟୋମେସନ୍ ସିଓଇ ମୁଖ୍ୟ ଶ୍ରୀ ରଜତ ସାମନ୍ତରାୟ ଉପସ୍ଥିତ ଥିଲେ।

ଏହି ବୁଝାମଣାପତ୍ର ଅନୁଯାୟୀ ଜେଏସପି ଏବଂ ସିଜିୟୁ-ଓଡ଼ିଶା ମିଳିତ ଭାବେ ଜେଏସପିର ଅନୁଗୁଳ ସ୍ଥିତ ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟର ଏବଂ ସିଜିୟୁ-ଓଡ଼ିଶାର ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ)ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିବେ । ୱେଲ୍ଡିଂ, ଫେବ୍ରିକେସନ୍ ଏବଂ ଇଲେକ୍ଟ୍ରିସିଆନ୍ ଆଦି କ୍ଷେତ୍ର ସହିତ ଅନ୍ୟାନ୍ୟ ଭବିଷ୍ୟ-ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଏହି ପ୍ରଶିକ୍ଷଣରେ ଗୁରୁତ୍ବ ଦିଆଯିବ । ଏହାସହିତ ଶିଳ୍ପ ଅଟୋମେସନ୍ ରେ ବିଶେଷ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ, ଯେଉଁଥିରେ ପିଏଲସି, ଏଚଏମଆଇ, ସ୍କାଡା, ଡିସିଏସ, ହାଇଡ୍ରୋଲିକ୍ସ, ନ୍ୟୁମେଟିକ୍ସ ଆଦି କ୍ଷେତ୍ର ସହିତ ଉନ୍ନତ ୱେଲ୍ଡିଂ, ଉନ୍ନତ ମେସିନିଂ, ସିମୁଲେସନ ଏବଂ ମଡେଲିଂ ଆଦି କ୍ଷେତ୍ର ରହିବ । ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରି ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅନୁଗୁଳ) ପଙ୍କଜ ମାଲହନ କହିଛନ୍ତି ଯେ, “ଭାରତର ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ନିମନ୍ତେ ଏକ ଉଚ୍ଚ କୁଶଳୀ କର୍ମଚାରୀ ଗୋଷ୍ଠୀ ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଏହି ସହଭାଗୀତା ପ୍ରଦର୍ଶନ କରେ । ଆମେ ବିଶ୍ୱାସ କରୁଛୁ ଯେ ଆମର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରୁଥିବା ଏହି ପଦକ୍ଷେପ ଜେଏସପି ତଥା ସମଗ୍ର ଭାରତରେ କାର୍ଯ୍ୟଦକ୍ଷତା ଏବଂ କୌଶଳ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।“

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking