31.1 C
Bhubaneswar
Monday, March 23, 2026
Homeଓଡିଶାସୋଆରେ ଡିବିଟି ପୃଷ୍ଠପୋଷକତାରେ କର୍ମଶାଳା ଅନୁଷ୍ଠିତ

ସୋଆରେ ଡିବିଟି ପୃଷ୍ଠପୋଷକତାରେ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଲିକ୍ୟୁଇଡ୍ କ୍ରୋମାଟୋଗ୍ରାଫି-ମାସ ସ୍ପେକ୍ଟ୍ରୋମେଟ୍ରି (ଏଲ୍‌ସିଏମଏସ୍‌) ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲଜି (ଡିବିଟି) ପରିଚାଳିତ ଡିବିଟି ବିଲଡର କାର୍ଯ୍ୟକ୍ରମର ପୃଷ୍ଠପୋଷକତା ତଥା ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୬ଟି ଅନୁଷ୍ଠାନର ୨୪ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ। କର୍ମଶାଳାଟି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଦ୍ୱାରା ଆୟୋଜିତ ହୋଇଥିଲା। ଏଲ୍‌ସିଏମ୍‌ଏସ୍ ବିଷୟରେ ଗଭୀର ଧାରଣା ସୃଷ୍ଟି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ରହିଥିଲା। ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡର ବିଶେଷଜ୍ଞମାନେ ଏହାକୁ ପରିଚାଳନା କରିଥିଲେ। ଏହି ସଂସ୍ଥାର ଫିଲ୍ଡ ଟେକ୍ନିସିଆନ୍ ଶ୍ରୀ ରୋହନ ବାରିକ ଓ ସର୍ଭିସ ଇଞ୍ଜିନିୟର ଶ୍ରୀ ଲିଙ୍କନ ବୋଷ ଓ ଏସ୍‌ପିଏସ୍‌ର ହର୍ବାଲ ନାନୋଟେକ୍ନୋଲଜି ଲ୍ୟାବ ପକ୍ଷରୁ ଶ୍ରୀ ଦୀପକ ପ୍ରଧାନ ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରରେ ଏସପିଏସ୍‌ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏହିଭଳି କର୍ମଶାଳାର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ। କର୍ମଶାଳାର ସଂଚାଳକ ପ୍ରଫେସର ଗୌତମ ରଥ ଗବେଷଣାରେ ଏଲ୍‌ସିଏମ୍‌ଏସ୍‌ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଗୌତମ ଘୋଷ କର୍ମଶାଳାର ପରିଚାଳନା ଦାୟିତ୍ୱରେ ଥିବା ବେଳେ ଡ. ବିଶ୍ୱନାଥ କର ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳା ପରିଚାଳନାରେ ଡ. ଜିତୁ ହାଲଦାର, ଡ. ଭିନିତ କୁମାର ରାଏ, ଡ. ପ୍ରିୟଙ୍କା ଦାଶ, ଡ. ଚନ୍ଦନ ଦାସ, ଡ. ବିଭାନ୍ୱିତା ଶତପଥି, ଶ୍ରୀମତି ଆଇଭି ସାହା, ଶ୍ରୀମତି ରିତୁ ମହାନ୍ତି, ଶ୍ରୀ ଅଜିତ ମିଶ୍ର ଓ ଶ୍ରୀ ତୁଷାରକାନ୍ତି ରାଜୱର ସହଯୋଗ କରିଥିଲେ। ଏହି କର୍ମଶାଳା ଆୟୋଜନ କିରଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସନ୍ତୋଷ ପ୍ରକାଶ କରି ଏହା ଶିକ୍ଷାର୍ଥୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking