26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶସ୍ୱାମୀଙ୍କୁ କଫିରେ ବିଷ ପିଆଇଲେ ସ୍ତ୍ରୀ

ସ୍ୱାମୀଙ୍କୁ କଫିରେ ବିଷ ପିଆଇଲେ ସ୍ତ୍ରୀ

ନୂଆଦିଲ୍ଲୀ: ମୁସକାନ୍ ଏବଂ ପ୍ରଗତୀଙ୍କ ପରେ ଏବେ ଆଉ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ କଫିରେ ବିଷ ପିଆଇ ହତ୍ୟା ଉଦ୍ୟମ କରିବା ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ମୁଜାଫରପୁରର ପିଙ୍କି ନାମକ ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀ ଅନୁଜ ଶର୍ମାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୌଭାଗ୍ୟବଶତଃ ଅନୁଜ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ଅନୁଜଙ୍କ ପରିବାର ଲୋକେ ପୋଲିସ୍‌କୁୂ ଦେଇଥିବା ବୟାନ୍ ଅନୁସାରେ ଅନୁଜ ଯେତେବେଳେ କାମକୁ ଚାଲିଯାଉଥିଲେ ସେତେବେଳେ ପିଙ୍କି ସବୁଦିନ ଘଣ୍ଟାଘଣ୍ଟା ଧରି ଫୋନ୍‌ରେ କାହା ସହ କଥା ହେଉଥିଲେ।

ତେବେ ଏସମ୍ପର୍କରେ ଯେତେବେଳେ ପରିବାର ଲୋକେ (ଅନୁଜଙ୍କ ମା, ଭଉଣୀ) ପିଙ୍କିଙ୍କୁ ପ୍ରଶ୍ନ କରୁଥିଲେ ସେତେବେଳେ ପିଙ୍କି ବିବାଦ ସୃଷ୍ଟି କରୁଥିଲେ। ପରେ ଏସମ୍ପର୍କରେ ଅନୁଜଙ୍କୁ ସେମାନେ ଜଣାଇଥିଲେ। ଅନୁଜ ମଧ୍ୟ କିଛି ଦିନ ମଧ୍ୟରେ ପିଙ୍କି ଅନ୍ୟ କାହା ସହିତ କଥା ହେଉଥିବା ଜାଣିବାକୁ ପାଇଥିଲେ। ଏହା ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ସୃଷ୍ଟି କରିଥିଲା। ପରେ ପିଙ୍କି ଭୁଲ୍ ମାଗିଥିଲେ ଏବଂ ଚୁପ୍‌ଚାପ୍ ରହିଥିଲେ। ତେବେ ଦିନେ ସୁଯୋଗ ଦେଖି ଅନୁଜଙ୍କ କଫିରେ ବିଷ ମିଶାଇ ପିଇବାକୁ ଦେଇଦେଇଥିଲେ ପିଙ୍କି। ଅନୁଜଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ, ପିଙ୍କି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ୍ ଏବେ ପିଙ୍କିକୁ ହେପାଜତ୍‌କୁ ନେଇଥିବା ବେଳେ ତାଙ୍କ ପ୍ରେମିକକୁ ଖୋଜିବା ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking