15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶ୩୨୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ ଚୀନ୍‌

୩୨୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ ଚୀନ୍‌

ବେଜିଂ: ବୁଧବାର ଚୀନ୍ ସରକାର ଏକ ଇ-ମେଲ୍ ଆଇଡି ଜାରି କରିଛି। ଏଥିରେ ତାଇୱାନକୁ ସ୍ୱାଧୀନ ଦେଖିବାକୁ ଚାହୁଁଥିବା ଓ ଚୀନ୍ ବିରୋଧରେ ଅନ୍ତର୍ଘାତୀ କାମ କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ କୁହାଯାଇଥିଲା। ଏସମ୍ପର୍କୀତ ସୂଚନା ଯିିଏ ଦେବେ ସେମାନଙ୍କ ପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଗୁରୁବାର ସୁଦ୍ଧା ଏହି ଇ-ମେଲ୍‌ରେ ପ୍ରାୟ ୩୨୩ଜଣଙ୍କ ନାମ ଆସିଛି। ଏମାନଙ୍କ ନାମ ପଠାଇଥିବା ବ୍ୟକ୍ତିବିଶେଷମାନେ ବର୍ତ୍ତମାନ ସମୟ ସୁଦ୍ଧା ସେମାନଙ୍କ ପରିଚୟ ଗୋପନ ରଖିଛନ୍ତି। ଚୀନ୍ ସରକାରୀ ନ୍ୟୁଜ ଏଜେନ୍ସି ସିଜିଟିଏନ ଏସମ୍ପର୍କରେ ରିପୋର୍ଟ ଜାରି କରିଛି। ପ୍ରକାଶ, ଚୀନ୍‌ରେ ଦେଶଦ୍ରୋହର ଦଣ୍ଡ ସ୍ୱରୂପ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିଧାନ। ତେବେ ଚୀନ୍ ସରକାରଙ୍କୁ ମିଳିଥିବା ଏହି ୩୨୩ଜଣଙ୍କ ବିରୋଧରେ ତଦନ୍ତ କରାଯିବ। ଯଦି ଏହି ଲୋକମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଏମାନଙ୍କୁ ଯେକୌଣସି ସମୟରେ ମଧ୍ୟ ମୃତୁଦଣ୍ଡ ଦିଆଯାଇପାରେ। ଏସବୁ ମଧ୍ୟରେ ରାଜ୍ୟ ପରିଷଦର ତାଇୱାନ ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର ଚେନ୍ ବିନ୍‌ହୁଆ କହିଛନ୍ତି ଯେ ରିପୋର୍ଟ କରାଯାଇଥିବା ଲୋକଙ୍କ ମଧ୍ୟରେ କିଛି ତାଇୱାନ ସମର୍ଥକ ରାଜନୈତିକ ବ୍ୟକ୍ତି, ସଂଗଠନ, ପ୍ରାୟୋଜକ ଏବଂ “ତାଇୱାନ ସ୍ୱାଧୀନତା’ ପାଇଁ ସମର୍ଥନ କରୁଥିବା ଇଣ୍ଟରନେଟ୍ ଇନଫ୍ଲୁଏନ୍‌ସର ଅନ୍ତର୍ଭୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking