30.1 C
Bhubaneswar
Monday, February 16, 2026
Homeଦେଶ ବିଦେଶରେଡ୍ ସି’ରେ ବୁଡ଼ିଗଲା ବୁଡ଼ାଜାହାଜ; ୬ ଗବେଷକ ମୃତ, ୯ ଆହତ

ରେଡ୍ ସି’ରେ ବୁଡ଼ିଗଲା ବୁଡ଼ାଜାହାଜ; ୬ ଗବେଷକ ମୃତ, ୯ ଆହତ

ଇଜିପ୍ଟ: ଗୁରୁବାର ଇଜିପ୍ଟର ଲୋହିତ ସାଗର (ରେଡ୍ ସି)ର ହୁରଘାଡା ସହର ଉପକୂଳରେ ସିନ୍ଦବାଦ୍ ନାମକ ଏକ ବୁଡ଼ାଜାହାଜ ବୁଡ଼ିିଯିବା ଏବଂ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ବାଦ ସାମ୍ନାକୁ ଆସିଛି। ସମସ୍ତ ମୃତକ ରୁଷୀୟ ନାଗରିକ ହୋଇଥିବା ବେଳେ ଏମାନେ ସମସ୍ତେ ଗବେଷକ ଥିଲେ ବୋଲି ଜଣାପଡିଛି। ତେବେ କାଇରୋରେ ଥିବା ରୁଷ୍ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ ୪ ରୁଷ୍ ନାଗରିକଙ୍କ ମୃତ୍ୟୁକୁ ସୁନିଶ୍ଚିତ କରାଯାଇଛି। ରିପୋର୍ଟ ଅନୁସାରେ ସିନ୍ଦବାଦ୍ ଜାହାଜରେ ମୋଟ୍ ୪୪ ଜଣ ଯାତ୍ରୀ ଥିଲେ, ଯେଉଁମାନେ ବିଭିନ୍ନ ଦେଶର ନାଗରିକ ଥିଲେ।

ଏମାନେ ସମସ୍ତେ ମିଶରର ଲୋହିତ ସାଗରର ଗଭୀରତାରେ ପ୍ରବାଳ ରୀଫ ଏବଂ ଉଷ୍ଣକଟିବନ୍ଧୀୟ ମାଛ ଉପରେ ଅନୁସନ୍ଧାନ କରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ତେବେ ବୁଡ଼ାଜାହାଜଟି ସମୁଦ୍ରରେ ୭୨ ଫୁଟ ଗଭୀରତା ପର୍ଯ୍ୟନ୍ତ ଯାଇପାରିବାର କ୍ଷମତା ରଖୁଥିଲେ ମଧ୍ୟ କୌଣସି ଅଜଣା କାରଣରୁ ଏହା ବୁଡ଼ିଯାଇଛି। ବୁଡ଼ାଜାହାଜ ବୁଡ଼ିବାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ତଦନ୍ତ ଜାରିରହିଛି। ଅନ୍ୟପକ୍ଷେ ଏହି ଅଘଟଣରେ ଅନ୍ୟ ୪ ଗୁରୁତରଙ୍କ ସହ ୯ ଜଣ ଆହତ ହୋଇଛନ୍ତି ଏବଂ ପ୍ରାୟ ୨୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୋଟ୍ ୪୪ ଯାତ୍ରୀଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ ବୋଲି ବିବିସି ରିପୋର୍ଟ କରିଛି। ସ୍ଥାନୀୟ ସମୟ ପୂର୍ବାହ୍ଣ ୧୦ଟା ସମୟରେ ଏହି ଅଘଟଣ ସମୁଦ୍ର କୂଳଠାରୁ ୦.୬ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଘଟଣାସ୍ଥଳକୁ ୨୧ଟି ଆମ୍ବୁଲାନ୍ସ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking