16.1 C
Bhubaneswar
Saturday, December 20, 2025
Homeଓଡିଶାବିଶ୍ୱ ଓଡିଆ ପରିବାର ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା

ବିଶ୍ୱ ଓଡିଆ ପରିବାର ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା

– ରାଜନୀତିର ପରିସୀମାର ବହୁ ଉର୍ଦ୍ଧ୍ୱରେ ଥିଲେ ଡା.ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜନୀତିର ପରିସୀମାର ବହୁ ଉର୍ଦ୍ଧ୍ୱରେ ଥିଲେ ଡା.ଦେବେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ରାଜ୍ୟ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ହୋଇଛି । ଡାକ୍ତରୀ ପେସାକୁ ପରିତ୍ୟାଗ କରି ସମାଜ ସେବା ପାଇଁ ନିଜକୁ ସମର୍ପିତ କରିଦେଇଥିବା ସ୍ୱର୍ଗତଃ ପ୍ରଧାନ ଜଣେ ଦୃଢ ଓ ସୁସଂଗଠକ ଥିଲେ । ବାଜପେୟୀଙ୍କ ସରକାରରେ ୨ ଥର କେନ୍ଦ୍ରମନ୍ତ୍ରୀ, ୩ ଥର ବିଜେପି ରାଜ୍ୟ ସଭାପତି ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ । ଡକ୍ଟର ପ୍ରଧାନ ସମାଜ ଏବଂ ସଙ୍ଗଠନରେ ସମସ୍ତଙ୍କୁ ଭଲପାଇବା ସହ ଏକ ଅମାଇକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ନିଜର ନମ୍ରତା ଓ ଭଲପାଇବା ମାଧ୍ୟମରେ ସମସ୍ତଙ୍କୁ ନିଜର କରିପାରିଥିଲେ । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଓଡ଼ିଶା ରାଜନୀତିରେ ତାଙ୍କ ଯୋଗଦାନ ସବୁଦିନ ପାଇଁ ଅମର ହୋଇରହିବ । ତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଆମେ ସମସ୍ତେ ଲାଗିପଡିବା ଉଚିତ ବୋଲି ଆଜି ବିଶ୍ୱ ଓଡିଆ ପରିବାର ତରଫରୁ ଆୟୋଜିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବକ୍ତାମାନେ ସ୍ମୃତିଚାରଣ କରିଛନ୍ତି ।

ପଦ୍ମଶ୍ରୀ ଅଦ୍ୱୈତ ଗଡନାୟକ, ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଡା.ପ୍ରତାପ ପାଣି, ପ୍ରଦୀପ ପ୍ରଧାନ, ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର, ବିପିନ ସିଂହ, ସ୍ତମ୍ଭକାର ସୈାମେନ୍ଦ୍ର ଜେନା, ଡାକ୍ତର ବସନ୍ତ କୁମାର ପଣ୍ଡା, ବଂଶୀଧର ଦାଶ, ଅଧିବକ୍ତା ରବିଶଂକର ପଟ୍ଟନାୟକ, ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ, ହାଡିବନ୍ଧୁ ପାଣିଗ୍ରାହୀ, ଶିକ୍ଷାବିତ ପ୍ରିତିପ୍ରତିଭା ଭୋଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସ୍ୱର୍ଗତଃ ଡା.ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ । ବିଶ୍ୱ ଓଡିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତଃ ଡା.ପ୍ରଧାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶ୍ରୀ ସୁରେଶ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking