31.1 C
Bhubaneswar
Wednesday, February 11, 2026
Homeଓଡିଶାସିଏସ୍‍ପି ପ୍ଲସ ବ୍ୟାଙ୍କିଂ ଆଉଟ୍‍ ଲେଟ୍‍ ପାଇଁ ୨୩୯ କୋଟି ବ୍ୟୟ

ସିଏସ୍‍ପି ପ୍ଲସ ବ୍ୟାଙ୍କିଂ ଆଉଟ୍‍ ଲେଟ୍‍ ପାଇଁ ୨୩୯ କୋଟି ବ୍ୟୟ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୭୪୨ଟି ସିଏସ୍‍ପି ପ୍ଲସ ବ୍ୟାଙ୍କିଂ ଆଉଟ୍‍ଲେଟ୍‍ କାର୍ଯ୍ୟ କରୁଛି । ଏ ବାବଦରେ ୨୩୯ କୋଯି ଟଙ୍କାର ବ୍ୟୟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦର୍ଶାଇଛନ୍ତି ଯେ ୨୦୨୩ ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ମନ୍ତ୍ରୀମଣ୍ଡଳୀର ୬୩ତମ ବୈଠକରେ ରାଜ୍ୟ ସରକାର ସମସ୍ତ ବ୍ୟାଙ୍କ ବିହୀନ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍‍ ମାଧ୍ୟରେ ବ୍ୟାଙ୍କ୍‍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭୪୨ଟି ସିଏସ୍‍ପି ପ୍ଲସ ବ୍ୟାଙ୍କିଂ ଆଉଟ୍‍ଲେଟ୍‍ କାର୍ଯ୍ୟ କରୁଛି ଏବଂଆଗାମୀ ଦିନରେ ଆଉ ୧୬୩୧ଟି ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ଯୋଜନାରେ ସର୍ବାଧିକ ୨୫୬ଟି ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍‍ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଥିବାବେଳେ ମୟୁରଭଞ୍ଜରେ ୨୦୮ଟି, କଟକରେ ୧୮୨ଟି, ସୁନ୍ଦରଗଡରେ ୧୮୦ଟି, କୋରାପୁଟରେ ୧୪୯ଟି, ଯାଜପୁରରେ ୧୪୮ଟି, ବରଗଡରେ ୧୪୬ଟି, ବାଲେଶ୍ୱରରେ ୧୨୯ଟି ଖୋଲିଛି । ସବୁଠାରୁ କମ୍‍ ମାତ୍ର ୭ଟି ଆଉଟିଲେଟ୍‍ ବୌଦ୍ଧ ଜିଲ୍ଲାରେ ଖୋଲିଥିବାବେଳେ ଦେବଗଡରେ ୧୨ଟି ପ୍ରତିଷ୍ଠା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking