34.1 C
Bhubaneswar
Sunday, March 29, 2026
Homeଓଡିଶାପତଞ୍ଜଲି ପରିବାର ବଲାଙ୍ଗୀର ଦ୍ବାରା ଯୋଗ ପ୍ରଶିକ୍ଷଣ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ଯୋଗପ୍ରଶିକ୍ଷକ ସମ୍ମର୍ଧିତ କୋଶଳ

ପତଞ୍ଜଲି ପରିବାର ବଲାଙ୍ଗୀର ଦ୍ବାରା ଯୋଗ ପ୍ରଶିକ୍ଷଣ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ଯୋଗପ୍ରଶିକ୍ଷକ ସମ୍ମର୍ଧିତ କୋଶଳ

ବଲାଙ୍ଗିର: କଲ।ମଣ୍ଡଲ ପଡ଼ିଆ ବଲାଙ୍ଗିର ଠାରେ ଅନୁଷ୍ଠିତ ପଞ୍ଚ ଦିବସୀୟ ବିଶାଳ ଯୋଗ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସହ ଯୋଗ ଶିକ୍ଷକ ସମ୍ବର୍ଧିତ ହୋଈଛନ୍ତି । ଆଜି ପରମ ଆଦରଣୀୟ କେନ୍ଦ୍ରୀୟ ଭାରତ ସ୍ୱାଭିମାନ ପ୍ରଭାରୀ ସ୍ବାମୀ ରାମଦେବ ଜି ମହାରାଜ ଙ୍କ ପଟ୍ଟ ଶିଷ୍ୟ ସ୍ବାମୀ ପରମାର୍ଥ ଦେବ ଜି ମହାରାଜ ଙ୍କ ଦ୍ଵାରା ଜିଲ୍ଲାର 50 ଜଣ ଯୋଗ ଶିକ୍ଷକ ଓ ଶିଖିକା ସମର୍ଧିତ୍ ହୋଈ ଛନ୍ତି ।ସୋନପୁର ଜିଲ୍ଲାର ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା ଓ ଯୁବ ଭାରତ ପ୍ରଭାରୀ ବିଶ୍ୱଜିତ୍ ଚାନ୍ଦ ତଥା ଜିଲ୍ଲାର ଅନ୍ୟାନ୍ୟ ଯୋଗ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ସ୍ବାମୀଜୀ ଙ୍କ ଠାରୁ ସମ୍ବୋଧିତ ହୋଈଛନ୍ତି। ଆଗାମୀ ଦିନରେ ଯୋଗ ଆନ୍ଦୋଳନକୁ ପ୍ରଖର କରାଯାଇ ପ୍ରତି ସ୍କୁଲ, କଲେଜ ତଥା ସାମାଜିକ ଅନୁଷ୍ଠାନ ମାନଂକ ରେ ଯୋଗ ପ୍ରଶିକ୍ଷଣ ଦିଆଯିବ ବୋଲି ଏହି କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଛି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଭାରତ ସ୍ଵାଭିମାନ ପ୍ରଭାରୀ ସୁଧାଂଶୁ ଅଧିକାରୀ ଏବଂ ରାଜ୍ୟ ଯୋଗ ସମିତି ପ୍ରଭାରୀ ର।ଧମଧାବ ବହିଦାର, ମହିଳା ପ୍ରଭାରୀ ଜେ ଗିରିଜା ଦେବୀ, କିଶନ ପ୍ରଭାରୀ ସ୍ଵୟଂ ପ୍ରକାଶ ଯି, ୟୁବା ଭାରତ ଓଡିଶା ପ୍ରଭାରୀ ଅମୃତାଂଶୁ ପ୍ରଧାନ, କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରମୁଖ ବିଶିଷ୍ଟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ , ଯୋଗ ସମିତି ପ୍ରଭାରୀ ଅଶୋକ ଭାଇଙ୍କ ପରିଚାଳନାରେ , କାର୍ଯକାରୀ ସଭାପତି ବିରେନ୍ଦ୍ର ଅଗ୍ରୱାଲଙ୍କ ମଞ୍ଚ ସଞ୍ଚାଳନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମହିଳା ସମିତି ର ଭଉଣୀମାନେ ସ୍ବାଗତ କରିଥିଲେ । ଅଳ୍ପନା ଅଗ୍ରୱାଲ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଯୁବ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking