19.1 C
Bhubaneswar
Saturday, February 7, 2026
Homeଓଡିଶାଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

କଟକ: ପୁଣି ବାରବାଟୀରେ ହେବାକୁ ଯାଉଛି ଛକା-ଚୌକା ବର୍ଷା। କାରଣ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍ଟେଜ ମ୍ୟାଚ । ବାସ୍ତବରେ ଆଇପିଏଲ ପରେ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତବହୁଳ ହେବାକୁ ଯାଉଛି। ଏବେ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ର ଏକ ସିରିଜ୍ ଖେଳାଯିବ।

ଏହା ବ୍ୟତୀତ ଭାରତକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମଧ୍ୟ ସିରିଜ ଖେଳିବାକୁ ପଡିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ହେବ, ଯାହା ମଧ୍ୟରୁ ୩ଟି ମ୍ୟାଚ୍ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୯ରୁ ଆରମ୍ଭ ହେବ ଏବଂ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଖେଳାଯିବ। ଆଉ ବଡ କଥା ଯେ ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ କଟକରେ ଖେଳାଯିବ। ଆଇପିଏଲ ୨୦୨୫ ସମାପ୍ତ ହେବା ପରେ, ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ପାଞ୍ଚଟି ଟେଷ୍ଟ ଖେଳାଯିବ। ଏହା ପରେ ଭାରତକୁ ମଧ୍ୟ ବାଂଲାଦେଶ ଗସ୍ତରେ ଯିବାକୁ ପଡିବ। ସେପ୍ଟେମ୍ବରରେ ଟି-୨୦ ଏସିଆ କପ୍ ଖେଳାଯିବ। ଏସିଆ କପ୍ ପରେ, ୱେଷ୍ଟଇଣ୍ଡିଜ୍ ଦଳ ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତ ଆସିବ, ଏହି ଦୁଇଟି ମ୍ୟାଚ୍ ମୋହାଲି ଏବଂ କୋଲକାତାରେ ଖେଳାଯାଇପାରେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ, ଭାରତୀୟ ଦଳ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଆପଣଙ୍କୁ କହି ରଖୁଛୁ ଯେ ଦକ୍ଷିଣ ଆଫ୍ରିକାକୁ ଭାରତ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଧ୍ୟ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking