23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଲଣ୍ଡନର ହିଥ୍ରୋ ବିମାନବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ

ଲଣ୍ଡନର ହିଥ୍ରୋ ବିମାନବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ

ଲଣ୍ଡନ୍‌: ଶୁକ୍ରବାର ବ୍ରିଟେନ୍ ରାଜଧାନୀ ଲଣ୍ଡନର ହିଥ୍ରୋ ବିମାନବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ ରହିଥିବା ଜଣାପଡିଛି। ବିମାନବନ୍ଦର ନିକଟରେ ଥିବା ଏକ ବୈଦ୍ୟୁତିକ ସବଷ୍ଟେସନରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଅଗ୍ନିକାଣ୍ଡ ଯୋଗୁଁ ବିମାନବନ୍ଦରକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ ହୋଇପାରିନଥିଲା। ଫଳରେ ଅନେକ ଫ୍ଲାଇଟ୍ ଉଡାଣ ଭରିବାରେ ଏବଂ ଅନେକ ବିମାନ ଏଠାରେ ଲ୍ୟାଣ୍ଡ୍ କରିବାରେ ଅହେତୁକ ବିଳମ୍ବ ହୋଇଥିଲା। ଫଳରେ ଆଜି ଦିନରେ ସହସ୍ରାଧିକ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ରିପୋର୍ଟ ଅନୁସାରେ ପଶ୍ଚିମ ଲଣ୍ଡନର ହେୟସ୍ ପ୍ରାନ୍ତରେ ଥିବା ପାୱାର ସବ୍‌ଷ୍ଟେସନ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ, ଆଖପାଖର ୧୬,୦୦୦ରୁ ଅଧିକ ଘର ବିଦ୍ୟୁତ୍ ବିଚ୍ଛିନ୍ନ ହୋଇପଡିଛନ୍ତି। ଲଣ୍ଡନ ଅଗ୍ନିଶମ ବାହିନୀ କହିଛି ଯେ ସେମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାମ କରୁଛନ୍ତି। ଏଥିପାଇଁ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷେ ହିଥ୍ରୋ ବିମାନବନ୍ଦର ଏକ ବିବୃତ୍ତି ଜାରି କରି ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନ ଆସିବାକୁ ଅପିଲ କରିଛି। ହିଥ୍ରୋ ହେଉଛି ବ୍ରିଟେନର ସବୁଠାରୁ ବଡ଼ ବିମାନବନ୍ଦର। ପ୍ରତିଦିନ ପ୍ରାୟ ୧୩୦୦ଟି ଅବତରଣ ଏବଂ ଉଡ଼ାଣ ହୁଏ। ଗତବର୍ଷ, ଏଠାରୁ ୮ କୋଟି ୩୦ ଲକ୍ଷ ଯାତ୍ରୀ ବିମାନ ଯାତ୍ରା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking