28.1 C
Bhubaneswar
Monday, February 23, 2026
Homeଓଡିଶାରାଜସ୍ୱ ମନ୍ତ୍ରୀଙ୍କ ଘୋଷଣା: ଦିନ ୧୧ରୁ ଅପରାହ୍ଣ ୩ ଶ୍ରମିକଙ୍କ କାମ ବନ୍ଦ୍‌

ରାଜସ୍ୱ ମନ୍ତ୍ରୀଙ୍କ ଘୋଷଣା: ଦିନ ୧୧ରୁ ଅପରାହ୍ଣ ୩ ଶ୍ରମିକଙ୍କ କାମ ବନ୍ଦ୍‌

– ତାତି ବଢ଼ିଲେ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ସହ ଛୁଆଙ୍କ ଖାଦ୍ୟ ହୋମ୍ ଡେଲିଭରି
– ଦିନ ୧୧ଟାରୁ ଅପରାହ୍ଣ ୩ଟା ଓ ରାତିରେ ବିଦ୍ୟୁତ୍ କାଟ ହେବନାହିଁ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ଶ୍ରମିକମାନଙ୍କ କାମ ବନ୍ଦ୍ ରହିବ। ସେହିପରି ଅଘୋଷିତ ବିଜୁଳି କାଟ ହେବ ନାହିଁ। ଦିନ ୧୧ଟାରୁ ଅପରାହ୍ଣ ୩ଟା ଓ ରାତିରେ ବିଦ୍ୟୁତ୍ କାଟ ହେବ ନାହିଁ। ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ତାତି ବଢ଼ିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। କାରଣ ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ। ଜଳଛତ୍ର ଖୋଲାଯିବ। ନଳକୂପ ଖନନ ପାଇଁ ଜିଲାଗୁଡ଼ିକୁ ୩୦୦ କୋଟି ଦିଆଯାଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking