34.1 C
Bhubaneswar
Monday, February 23, 2026
Homeଓଡିଶାମାମଲା ବିଚାରାଧୀନ ଥିଲେ ବି ବକେୟା ଛୁଟି ଦେୟ ମିଳିବ: ହାଇକୋର୍ଟ

ମାମଲା ବିଚାରାଧୀନ ଥିଲେ ବି ବକେୟା ଛୁଟି ଦେୟ ମିଳିବ: ହାଇକୋର୍ଟ

କଟକ: ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧିନ ଥିଲେ ବା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ବି ତାଙ୍କୁ ଅବସର ପରେ ବକେୟା ଛୁଟିର ଦରମା ମିଳିବ। ବକେୟା ଛୁଟିର ଦରମା ପାଇବା ପାଇଁ ତାଙ୍କ ଆବେଦନକୁ ମାମଲା ଆଳରେ ଅଗ୍ରାହ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ବିଚାର କରି କୋର୍ଟ ରାୟ ପାଇବାର ୨ ମାସ ମଧ୍ୟରେ ଆବେଦନକାରୀଙ୍କୁ ତାଙ୍କ ବକେୟା ୩୦୦ ଦିନର ଦରମା ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି। ସୂଚନାନୁସାରେ, ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସରୁ ମୋଟର ଯାନ ଇନ୍‌ସପେକ୍ଟର ଭାବେ ୨୦୨୪ ଏପ୍ରିଲ ୩୦ରେ ଅବସର ନେଇଥିବା ଚିତ୍ତ ରଞ୍ଜନ ସେନାପତି ହାଇକୋର୍ଟରେ ଏହି ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଅବସର ପରେ ସେ ତାଙ୍କ ବକେୟା ଛୁଟି ନିମନ୍ତେ ଦରମା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଫଳରେ ସେ ତାଙ୍କର ସେହି ବକେୟା ଛୁଟିର ଦରମା ପାଇବା ନିମନ୍ତେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking