28.1 C
Bhubaneswar
Monday, February 23, 2026
Homeଅପରାଧ୧୨ ବର୍ଷର ନାବାଳିକା ସହ ଯାହା ଘଟିଲା ଜାଣିଲେ ହେସ୍ ଉଡ଼ିବ..

୧୨ ବର୍ଷର ନାବାଳିକା ସହ ଯାହା ଘଟିଲା ଜାଣିଲେ ହେସ୍ ଉଡ଼ିବ..

କେରଳ: ୧୨ ବର୍ଷର ନାବାଳିକାକୁ ଯୌନ ନିର୍ଯ୍ୟାତନା। ଆଉ ଯୌନ ନିର୍ଯ୍ୟାତନା ଦେଉଥିଲେ ଜଣେ ୨୩ ବର୍ଷୀୟା ମହିଳା। ଦୀର୍ଘ ଦିନ ହେବ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ ମହିଳା। ହେଲେ ଏବେ ପୋକ୍ସୋ ଆଇନ ଅନୁଯାୟୀ ଗିରଫ ହୋଇଛନ୍ତି। ନାବାଳିକା ଜଣଙ୍କର ସ୍କୁଲ ଶିକ୍ଷକ ଏହି ଘଟଣା ଜାଣିବାକୁ ପାଇଥିଲେ। ପରେ ନାବାଳିକାର ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ। ଯେତେବେଳେ ବାପା ମା ଝିଅଟିକୁ ଏ ଘଟଣା ସମ୍ପର୍କରେ ପଚାରିଥିଲେ। ସେତେବେଳେ ସବୁ ସତ କହିଥିଲା ନାବାଳିକା ଜଣକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର କନ୍ନୁର ଜିଲ୍ଲାରେ। ଅଭିଯୁକ୍ତ ୨୩ ବର୍ଷୀୟା ସ୍ନେହା ମର୍ଲିନ୍ ନାମକ ଜଣେ ଯୁବତୀ, ଯିଏକି ତାଲିପାରାମ୍ବା ନିକଟସ୍ଥ ପୁଲିମପାରାମ୍ବାର ବାସିନ୍ଦା। ଯିଏକି ବହୁ ଦିନ ହେବ ୧୨ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲା।

ଏବଂ ଏସମ୍ପର୍କରେ କାହାକୁ କିଛି ନ କହିବା ପାଇଁ ମଧ୍ୟ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଧମକ ଦେଇଥିଲା। ଆଉ ଭୟରେ ଝିଅଟି କାହାକୁ କିଛି କହିପାରୁନଥିଲା। ତେବେ ଦିନେ ନାବାଳିକାର ଝିଅର ବ୍ୟାଗରୁ ଫୋନ ପାଇଥିଲେ ତାଙ୍କ ସ୍କୁଲ ଶିକ୍ଷକ। ଆଉ ସେହି ଫୋନରୁ କିଛି ଆପତ୍ତି ଜନକ ଜିନିଷ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ଶିକ୍ଷକଙ୍କୁ ଚିନ୍ତାରେ ପକାଇଦେଇଥିଲା। ପରେ ଶିକ୍ଷକ ଜଣଙ୍କ ନାବାଳିକାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଯେତେବେଳେ ପରିବାର ଲୋକ ନାବାଳିକାକୁ ଏସମ୍ପର୍କରେ ପଚାରିଥିଲେ। ସେତେବେଳେ ଝିଅଟି ପ୍ରକାଶ କରିଥିଲା କି ସ୍ନେହା ମର୍ଲିନ ତାଙ୍କୁ ବହୁବାର ଯୌନ ନିର୍ଯାତନାର ଶିକାର କରିଛନ୍ତି। ପରେ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ, ଯାହା ଫଳରେ ମହିଳାଙ୍କୁ ଗିରଫ କରାଯାଇଥିଲା। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଅନୁଯାୟୀ ମହିଳା ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking