26.1 C
Bhubaneswar
Saturday, December 20, 2025
Homeଓଡିଶାବଜାରରେ ଆକାଶଛୁଆଁ ସୁନା ଦର

ବଜାରରେ ଆକାଶଛୁଆଁ ସୁନା ଦର

ଭୁବନେଶ୍ବର: ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି । ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୯,୬୭ ୦ ଟଙ୍କା‌ରେ ପହଞ୍ଚିଛି । ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୨,୨୦୦ ଟଙ୍କା ହୋଇଛି । ଦୁଇଦିନରେ ସୁନା ପାଖାପାଖି ୧୧୦୦ ଟଙ୍କା ବଢ଼ିଯାଇଛି।  ଚଳିତ ସପ୍ତାହରେ ଆଜି ସୁଦ୍ଧା ସୁନା ଦର ୩ ଦିନ ବୃଦ୍ଧି ପାଇଥିବାବେଳେ ଗୋଟିଏ ଦିନ କମିଥିଲା । ମାର୍ଚ୍ଚ ମାସର ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଲାଣି। ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି। କେବଳ ସୁନା ନୁହେଁ, ରୁପା ଦରବୃଦ୍ଧି ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଭୁବନେଶ୍ବରର କେତେକ ସୋରୁମ୍‌ରେ ଏହାର ଦର ଗୁରୁବାର କିଲୋଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ଅନ୍ୟ କେତେକ ସୋରୁମ୍‌ରେ ୧ ଲକ୍ଷ ୩ ହଜାର ଟଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking