17.1 C
Bhubaneswar
Tuesday, February 10, 2026
Homeଓଡିଶାରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ, କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନ ପତ୍ର ଜାରି କରିଥିଲେ। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖି ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଉଛି।

ଇତିମଧ୍ୟରେ କେନ୍ଦ୍ର ସରକାର ୨୦୨୫ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି। ରାଜ୍ୟ ସରକାର ଗହମ ଉଠାଣ ପାଇଁ ସମସ୍ତ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହେବା ପରେ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପରିବର୍ତ୍ତିତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking