25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଋଷ-ୟୁକ୍ରେନ୍ ଅସ୍ତ୍ରବିରତିରେ ଆସିଲା ନୂଆ ମୋଡ଼

ଋଷ-ୟୁକ୍ରେନ୍ ଅସ୍ତ୍ରବିରତିରେ ଆସିଲା ନୂଆ ମୋଡ଼

ନୂଆଦିଲ୍ଲୀ: ପ୍ରାୟ ୩ ବର୍ଷ ହେବ ଜାରି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରେ ପୂର୍ଣ୍ଣଚ୍ଛେଦ। ଏବେ ଅସ୍ତ୍ରବିରତି ପାଇଁ ୟୁକ୍ରେନ ରାଜି, ଆଗକୁ ରୁଷକୁ ରାଜି କରାଇବ ଆମେରିକା। ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇବାକୁ ଋଷ ଚାହୁଁଛି କି ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡିବ। ସାଉଦି ଆରବରେ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ପରେ ରୁଷ ଉପରେ ବଢିଛି ଚାପ। ଆଲୋଚନାର ଗୋଟିଏ ଦିନ ପରେ ୟୁକ୍ରେନ୍ କହିଛି, ସେ ଆମେରିକା ଦ୍ୱାରା ପ୍ରସ୍ତାବିତ ୩୦ଦିନିଆ ଅସ୍ତ୍ରବିରତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଅନ୍ୟପକ୍ଷେ ଏନେଇ ଋଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି। କେବଳ ଋଷର ଜଣେ ଅଧିକାରୀ କହିଛନ୍ତି ଆମେରିକାର ସର୍ତ୍ତରେ ନୁହେଁ, ଆମ ସର୍ତ୍ତ ଉପରେ ବୁଝାମଣା ହେଉ।

ଋଷ ଅଧିକାରୀଙ୍କ ଏହି ବୟାନ ପରେ ଅସ୍ତ୍ରବିରତି ନେଇ ଆସିଛି ନୂଆ ଟ୍ୱିଟ୍‌। ମଙ୍ଗଳବାର ୟୁକ୍ରେନ୍ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛି ୟୁକ୍ରେନ୍‌। ୟୁକ୍ରେନ୍‌ର ନିଷ୍ପତ୍ତିକୁ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍େଡା ଟ୍ରମ୍ପ ସ୍ୱାଗତ କରିଛନ୍ତି। ଆଗକୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଚେଷ୍ଟା ଚଳାଇଛନ୍ତି ଟ୍ରମ୍ପ ସରକାର। ଏବେ ୟୁକ୍ରେନକୁ ଆମେରିକା ସାମରିକ ସହାୟତା ଫେରାଇବା ସହ ଏବଂ ଗୁଇନ୍ଦା ସୂଚନା ଦେବାକୁ ରାଜି ହୋଇଛି। ନିକଟରେ ହ୍ୱାଇଟ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ହୋଇଥିଲା ବିତର୍କ। ବିବାଦ ସାର୍ବଜନୀନ ପରେ ଗତ ମଙ୍ଗଳବାର ଜେଦ୍ଦାରେ ହୋଇଥିଲା ଦେଶ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ଥିଲା।

ୟୁକ୍ରେନୀୟ ପ୍ରତିନିଧିମାନେ ଆମେରିକାର ୩୦ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆଲୋଚନାରେ ସାମିଲ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ସେ ଏହି ପ୍ରସ୍ତାବକୁ ରୁଷ ସମ୍ମୁଖରେ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏବେ ଆମେରିକାର କାମ ହେଉଛି, ସେ ରୁଷକୁ ଏହି ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ରାଜି କରାଇବ।। ଟ୍ରମ୍ପ କହିଛନ୍ତି ଯେ, “ଏହା ଏକ ସମ୍ପୂର୍ଣ୍ଣ ଅସ୍ତ୍ରବିରତି। ୟୁକ୍ରେନ ଏଥିରେ ରାଜି ହୋଇଛି ଏବଂ ଆଶା କରୁଛି ରୁଷ ମଧ୍ୟ ସହମତି ପ୍ରକାଶ କରିବ । ଆମେ ଶୀଘ୍ର ରୁଷର ପ୍ରତିନିଧିଙ୍କୁ ଭେଟିବୁ। ଆଶା କରୁଛୁ ଆମେ ସମାଧାନ କରିବାରେ ସକ୍ଷମ ହେବୁ। କିନ୍ତୁ ଏବେ ଋଷ ଅଧିକାରୀଙ୍କ ଏଭଳି ବୟାନରୁ ଲାଗୁଛି ଯୁଦ୍ଧ ଏତେ ଶୀଘ୍ର ବନ୍ଦ ହୋଇନପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking