18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପିଇବା ପାଣି ଉପରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ ଏହି ଦେଶ

ପିଇବା ପାଣି ଉପରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ ଏହି ଦେଶ

ନୂଆଦିଲ୍ଳୀ: ଆମ ଦେଶରେ ପାଣିର ଦାମ୍ ଯଦିଓ ଶସ୍ତା ଓ ସହଜରେ ମିଳେ, କିନ୍ତୁ ଅନ୍ୟ ଦେଶରେ ଖୁବ୍ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ପାଣି ପିଇବାର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶ କିଏ, ତା ବିଷୟରେ ଆସନ୍ତୁ ଜାଣିବା। ଦୁନିଆର ସବୁଠାରୁ ମହଙ୍ଗା ପାଣି ସ୍ୱିଜରଲାଣ୍ଡରେ ମିଳିଥାଏ। ଏଠାରେ ୩୩୦ ମିଲିଲିଟର ପାଣି ବୋତଲର ଦାମ୍ ୩୪୭ ଟଙ୍କା ୦୯ ପଇସା ରହିଛି। ଏହି ହିସାବରେ ଯଦି ଏକ ଲିଟର ପାଣି ମୂଲ୍ୟ ଦେଖାଯାଏ ତେବେ ଏହା ୧୦୦୦ ଟଙ୍କାରୁ ଅଧିକ ରହିଥାଏ। ଏହାପରେ ଦୁଇ ନମ୍ବରରେ ରହିଛି ଲକ୍ସମବର୍ଗ। ଏଠାରେ ୩୩୦ ମିଲି ଲିଟର ପାଣିର ବୋତଲ ମୂଲ୍ୟ ୨୫୪ ଟଙ୍କା ରହିଛି। ସେଭଳି ଡେନମାର୍କରେ ମଧ୍ୟ ଏତେ ପାଣି ୨୩୭ ଟଙ୍କା ୨୪ ପଇସା ରହିଛି।

ଯଦି ଆପଣ ଜର୍ମାନୀ ଯିବେ ତେବେ ସେଠାରେ ୩୩୦ ଏମ୍‌ଏଲ ପାଣି ବୋତଲ ପାଇଁ ଆପଣଙ୍କୁ ୨୦୭ ଟଙ୍କା ୩୬ ପଇସା ଖର୍ଚ୍ଚ କରିବାକୁ ପଡିଥାଏ। ଅଷ୍ଟ୍ରେଲିଆରେ ଏହାର ଦାମ୍ ୨୦୫ ଟଙ୍କା ୮୦ ପଇସା ରହିଥାଏ।ନରୱେରେ ଏକ ୩୩୦ ମିଲି ଲିଟର ପାଣି ବୋଲ୍‌ର ଦାମ୍ ୨୦୫ ଟଙ୍କା ୬୦ ପଇସା ରହିଛି। ସେଭଳି ବେଲଜିୟମ୍‌ରେ ସମାନ ପାଣିର ମୂଲ୍ୟ ୧୯୯ ଟଙ୍କା ୨୪ ପଇସା ରହିଛି। କୋଷ୍ଟା ରିକାରେ ଏକ ବୋତଲ ପାଣିର ଦାମ୍ ୧୭୫ ଟଙ୍କା ଓ ଅଷ୍ଟ୍ରେଲିଆରେ ୩୩୦ ମିଲି ଲିଟର ପାଣି ୧୭୫ ଟଙ୍କା ୫୫ ପଇସା ରହିଛି। ସେଭଳି ଫିନଲାଣ୍ଡ ବିଷୟରେ ଯଦି କଥା ହେବା ତେବେ ଗୋଟେ ବୋତଲ ପାଣିର ମୂଲ୍ୟ ୧୩୭ ଟଙ୍କା। ସେଭଳି ଆଇଲାଣ୍ଡରେ ଗୋଟେ ବୋତଲ ପାଣିର ଦାମ୍ ୧୩୫ ଟଙ୍କା ରହିଛି। ପ୍ୟୁଟୋରିକୋରେ ୧.୫ ଲିଟର ପାଣି ୧୩୨ ଟଙ୍କାରେ ମିଳିଥାଏ। ସେଭଳି ଫ୍ରାନ୍ସରେ ମଧ୍ୟ ପାଣି ଶସ୍ତା ନୁହେଁ। ସେଠାରେ ୩୩୦ ମିଲି ଲିଟର ପାଣି ପାଇଁ ୧୬୨ ଟଙ୍କା ୦୧ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ସବୁଠାରୁ ମହଙ୍ଗା ପାଣି ମିଳୁଥିବା ଦେଶ ସୁଚୀରେ ହଂକଂର ନାଁ ମଧ୍ୟ ରହିଛି। ଏପରିକି ବୋତଲ ପାଣି ୧୨୯ ଟଙ୍କାରେ ମିଳିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking