20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦୁଷ୍କର୍ମ ପ୍ରମାଣ ପାଇଁ ପ୍ରାଇଭେଟ୍ ପାର୍ଟରେ କ୍ଷତ ଜରୁରୀ ନୁହେଁ : ସୁପ୍ରିମକୋର୍ଟ

ଦୁଷ୍କର୍ମ ପ୍ରମାଣ ପାଇଁ ପ୍ରାଇଭେଟ୍ ପାର୍ଟରେ କ୍ଷତ ଜରୁରୀ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୪୦ ବର୍ଷ ପୁରୁଣା ଏକ ଦୁଷ୍କର୍ମ ମାମଲାରେ ରାୟ ଦେବା ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଦୁଷ୍କର୍ମ ପ୍ରମାଣ ପାଇଁ ଗୁପ୍ତାଙ୍ଗ ବା ପ୍ରାଇଭେଟ ପାର୍ଟରେ ଆଘାତ ଚିହ୍ନ ରହିବା ଜରୁରୀ ନୁହେଁ, ଏପ୍ରକାର ଘଟଣାରେ ଅନ୍ୟାନ୍ୟ ପ୍ରମାଣକୁ ମଧ୍ୟ ନ୍ୟାୟବ୍ୟବସ୍ଥା ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା, ବିଚାରପତି ଜଷ୍ଟିସ୍ ଭାରାଲେ ଏବଂ ବିଚାରପତି ଜଷ୍ଟିସ୍ ପ୍ରସନ୍ନ ବିଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତରୀ ରିପୋର୍ଟରେ କୌଣସି ଆଘାତ ଚିହ୍ନ ମିଳିନାହିଁ, କିନ୍ତୁ ଅନ୍ୟାନ୍ୟ ପ୍ରମାଣକୁ ଖାରଜ କରାଯାଇପାରିବ ନାହିଁ। ଜଷ୍ଟିସ ଭାରାଲେ କହିଛନ୍ତି ଯେ ପ୍ରତ୍ୟେକ ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ଶରୀରରେ ଆଘାତ ଚିହ୍ନ ମିଳିବା ଆବଶ୍ୟକ ନୁହେଁ। ଯେକୌଣସି ମାମଲା ପରିସ୍ଥିତି ଉପରେ ନିର୍ଭର କରେ।

ଟ୍ରାଏଲ୍ କୋର୍ଟ ଟ୍ୟୁସନ୍ ପଢ଼ାଉଥିବା ଜଣେ ଶିକ୍ଷକଙ୍କୁ ତାଙ୍କ ପାଖରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୋଷୀ ଶିକ୍ଷକ ଯୁକ୍ତି ଦର୍ଶାଇଥିଲେ ଯେ, ପୀଡ଼ିତାଙ୍କ ଗୁପ୍ତାଙ୍ଗରେ କୌଣସି ଆଘାତ ଚିହ୍ନର ପ୍ରମାଣ ମିଳିନଥିବାରୁ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ପ୍ରମାଣିତ ହୋଇପାରିବ ନାହିଁ। ତେବେ ଦୋଷୀ ଟ୍ୟୁସନ୍ ଶିକ୍ଷକଙ୍କ ଏପ୍ରକାର ଯୁକ୍ତିକୁ ଖଣ୍ଡନ କରିବା ପୂର୍ବକ ସୁପ୍ରିମକୋର୍ଟ ଉପରୋକ୍ତ ଟିପ୍ପଣୀ ଦେବା ସହ ଟ୍ରାଏଲ୍ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

୧୯୮୪ ମସିହାରେ ଘଟିଥିବା ଏହି ଦୁଷ୍କର୍ମ ଘଟଣାରେ ଟ୍ରାଏଲ କୋର୍ଟ ପ୍ରଥମେ ଟ୍ୟୁସନ୍ ମାଷ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଅଭିଯୁକ୍ତ ଟ୍ୟୁସନ୍ ଶିକ୍ଷକଜଣକ ଏହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ବଜାୟ ରଖିବା ପାଇଁ ହାଇକୋର୍ଟକୁ ୨୬ବର୍ଷ ଲାଗିଗଲା। ଅର୍ଥାତ୍ ୨୬ ବର୍ଷ ପରେ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟଙ୍କ ରାୟକୁ ସମର୍ଥନ କରିଥିଲେ। ଏହା ପରେ, ଅଭିଯୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ମଧ୍ୟ ଦୀର୍ଘ ୧୫ ବର୍ଷ ପରେ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking