18.1 C
Bhubaneswar
Thursday, February 12, 2026
Homeଓଡିଶାବିଜୁ ବାବୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଲେ ବିଜୟ..

ବିଜୁ ବାବୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଲେ ବିଜୟ..

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ଥିବ ଥିବ ଘରର କବାଟ ରାତିରେ ଧଡଧଡ ହେବ। କଥା କହିଲା ଭଳି ଲାଗିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଗୋଟିଏ ଅସ୍ଥି କଳସ ଥିଲା ବିଜୟ ମହାପାତ୍ରଙ୍କ ବାସଭବନରେ। ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ପ୍ରାୟ ୩/ ୪ ବର୍ଷ ଥିଲା ବିଜୁ ବାବୁଙ୍କ ଅସ୍ଥି। ଏହି ଅସ୍ଥି ପୂଜା କରାଯାଉଥିଲା। ଯେଉଁ ଦିନ ସନ୍ଧ୍ୟା ଦୀପ ଦିଆ ଯାଇ ନଥାଏ, ସେଦିନ ରାତିରେ ଅସ୍ଥି କବାଟ ଧଡଧଡ କରେ ବୋଲି କହିଛନ୍ତି ବିଜୟ। କଥା କହିଲା ଭଳି ସବୁ ପ୍ରକାଶ କରିବ ବାହାରେ। ଏପରିକି ଦିନେ ଉତ୍ପାତ କଲା। କିଛି ନଥିବ କବାଟ ବାଡେଇ ହେବ। ହଠାତ୍ ଦୁଆର ଭିତରେ ପବନ ବହିବ। ବିଜୟଙ୍କ ମାଆ ସନ୍ଧ୍ୟା ଦୀପ ଦିଅନ୍ତି। ଏମିତି ଘଟଣା ସବୁ ଘରେ ବେଳେ ବେଳେ ଘଟିବା ପରେ କିଛି ପଣ୍ଡିତ ଲୋକଙ୍କ ସହ ଆଲୋଚନା କରିଥିଲେ ବିଜୟ। ପରେ ଅସ୍ଥି ନେଇ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କରିଥିଲେ। କିନ୍ତୁ ଅସ୍ଥି କଳସ ସେଠାରେ ସାଙ୍ଗେ ସାଙ୍ଗେ ବୁଡି ନଥିଲା। ବହୁତ ସମୟ ଲାଗିଥିଲା। ଏକ ପୋଲିସ ବୋଟରେ ଅସ୍ଥି ନେଇ ସେଠାକୁ ସେ ଯାଇଥିଲେ ବୋଲି କହିଛନ୍ତି ବିଜୟ। ବିଜୟ ପୁଣି କହିଛନ୍ତି, ୧୯୯୭ ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ ପୁରୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। କିନ୍ତୁ ତାଙ୍କ ମରଶରୀର ଶେଷ ହେବାକୁ ବହୁତ ସମୟ ଲାଗିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking