25.9 C
Bhubaneswar
Tuesday, April 7, 2026
Homeଓଡିଶା୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ

୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ

ଭୁବନେଶ୍ବର: ସରକାରୀ ଅଧିକାରୀମାନେ ଦୁର୍ନୀତିରେ ମାତିଛନ୍ତି। ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ପ୍ରଦାନ କରିଛନ୍ତି। ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି। ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ୪୩୬ ଅଧିକାରୀ ଦଣ୍ଡିତ ହୋଇଛନ୍ତି। ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରାଯାଇ ବିଚାର ପ୍ରକ୍ରିୟା ଚାଲିଛି। ସେହିପରି ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ପଦବୀ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking