20.1 C
Bhubaneswar
Thursday, February 12, 2026
Homeଓଡିଶାଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ..

ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ..

ଭୁବନେଶ୍ୱର: ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବି ଶୋଇବା ଘରର ଭୂମିକା ଯଥେଷ୍ଟ ଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର କିପରି ହେବା ଦରକାର ଆସନ୍ତୁ ଜାଣିବା:

– ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ ରହିଲେ ଭଲ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
– ସେହିପରି ସୁଖୀ ଦାମ୍ପତ୍ୟ ପାଇଁ ଶୋଇବା ଘରର ଖଟକୁ କେବେ ବି କାନ୍ଥକୁ ଲଗାଇ ରଖିବା ଠିକ୍‌ ନୁହେଁ।
– ଶୟନ କକ୍ଷରେ ଆଇନା ରଖିବା ଉଚିତ ନୁହେଁ। ଯଦି ଅଛି ସାଜଶୃଙ୍ଗାର ପରେ ଆଇନା ଉପରେ ପରଦା ପକାଇଦେବା ଠିକ୍‌? ହେବ। କାରଣ ଶୋଇବା ସମୟର ଛବି ଆଇନାରେ ପ୍ରତିଫଳିତ ହେବା ଅଶୁଭ ବୋଲି କୁହାଯାଇଥାଏ।
-ଶୟନ କକ୍ଷରେ ପୂଜାଘର ରଖିବା ମଧ୍ୟ ଭଲ ନୁହେଁ।
-ସବୁଠୁ ବଡ଼ କଥା ହେଉଛି, ଶୋଇବା ଘରେ ଭୁଲ୍‌ରେ ବି ଦୁଇଟି ଖଟକୁ ଯୋଡ଼ି ଶୁଅନ୍ତୁ ନାହିଁ। କାରଣ ଏହା ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ।
-ଶୟନ କକ୍ଷରେ କାନ୍ଦିବା ଚିତ୍ର, ଯୁଦ୍ଧ ଚିତ୍ର କିମ୍ବା ମୃତ ବ୍ୟକ୍ତିଙ୍କ ଫଟୋ ନ ରଖି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଉଭୟ ପତ୍ନୀପତିଙ୍କ ଖୁସି ସମୟର ଚିତ୍ର କିମ୍ବା ଯୁଗଳ ଚଢ଼େଇଙ୍କ ଚିତ୍ର ରଖିଲେ ଦାମ୍ପତ୍ୟ ଜୀବନରେ ସୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking