30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣାରେ ଆସିଲା ନୂଆ ତଥ୍ୟ..

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣାରେ ଆସିଲା ନୂଆ ତଥ୍ୟ..

କର୍ଣ୍ଣାଟକ: ଓଡ଼ିଆ ଯୁବକଙ୍କୁ ହତ୍ୟା ଓ ଦୁଇ ଜଣ ମହିଲାଙ୍କୁ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼। ୧୦୦ ଟଙ୍କା ପାଇଁ କରାଯାଇଥିଲା ଗଣଦୁଷ୍କର୍ମ। ବହୁ ଚର୍ଚ୍ଚିତ କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ତଥ୍ୟ। ତେବେ ଘଟଣାଟି ହେଉଛି ମାର୍ଚ୍ଚ ୬ ତାରିଖ ରାତିର। କର୍ଣ୍ଣାଟକର ହମ୍ପି ସହରର ସନାପୁର ହ୍ରଦ ନିକଟରେ ଘଟିଥିଲା ଜଘନ୍ୟକାଣ୍ଡ। ରାତିରେ ୨ ଯୁବତୀଙ୍କ ସହ ୩ ପୁରୁଷ ବନ୍ଧୁ ହ୍ରଦ ନିକଟରେ ବୁଲୁଥିବା ବେଳେ ୩ ଦୁର୍ବୃତ୍ତ ଆସି ୨ ମହିଳାଙ୍କୁ ଗ୍ୟାଙ୍ଗ ରେପ କରିବାକୁ ଚେଷ୍ଟା କରିଥିଲେ। ଆଉ ଏହାକୁ ୩ଜଣ ପୁରୁଷ ବନ୍ଧୁ ପ୍ରତିବାଦ କରିବାକୁ ତାଙ୍କୁ ମାରି କେନାଲରେ ଫିଙ୍ଗିଦେଲେ। ଯେଉଁଥିରେ ଜଣେ ଓଡ଼ିଆ ପୁଅଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ବନ୍ଧୁ ଆମେରିକା ବାସିନ୍ଦା ହୋଇଥିବା ବେଳେ, ଆଉ ଜଣେ ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି। ୨ ଜଣ ପହଁରି ପହଁରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଗଲେ, ହେଲେ ଓଡ଼ିଆ ପୁଅଙ୍କର ଜୀବନ ଚାଲିଗଲା। ଏହି ଘଟଣାରେ ନୂଆ ମୋଡ ଆସିଛି। ସୂଚନାନୂସାରେ, କର୍ଣ୍ଣାଟକରେ ବିଶ୍ୱ ଐତିହ୍ୟସ୍ଥଳ ହାମ୍ପି ନିକଟ ତୁଙ୍ଗଭଦ୍ରା ଲେଫ୍‌ଟ କେନାଲ ନିକଟରେ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକ୍‌?ରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ। କେଉଁଠି ପ୍ରେଟ୍ରୋଲ ମିଳିବ ବୋଲି ପଚାରିଥିଲେ। ଏହା ସହ ୧୦୦ ଟଙ୍କା ମଧ୍ୟ ମାଗିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଅଭିଯୁକ୍ତମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ। ଏବଂ ପରେ ଇସ୍ରାଏଲ ଯୁବତୀଙ୍କ ସହ ଭଡ଼ାଘର ମାଲିକାଣୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଦୁର୍ବୃତ୍ତ। ପରଦିନ ସକାଳୁ ଘଟଣା ଜଣାପଡିବା ପରେ, ପୋଲିସ ୨ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ବେଳେ, ଏବେ ବି ଆଉ ଜଣେ ଫେରାର ଅଛି। ପୋଲିସ ଅଧିକ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking