25.1 C
Bhubaneswar
Saturday, February 7, 2026
Homeଓଡିଶାଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରେ ବିଟ

ଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରେ ବିଟ

ଭୁବନେଶ୍ୱର: ବିଟରେ ଅନେକ ପ୍ରକାର ପୋଷକ ତତ୍ୱ ମିଳିଥାଏ । ଯେଉଁଥିପାଇଁ ଏହାକୁ ସୁପରଫୁଡ କୁହାଯାଏ। ବିଟରେ  ନାଇଟ୍ରେଟ,ଆଇରନ,ପୋଟାସିୟମ ଏବଂ ଭିଟାମିନ ସି ମିଳିଥାଏ । ବିଟ ରୁଟ ଖାଇବା ଦ୍ୱାରା ଶରୀରରୁ ଅନେକ ଲାଭ ମିଳିଥାଏ । ବିଟ ଖାଇବା ଦ୍ୱାରା କେବଳ ଶରୀରରୁ ଶକ୍ତି ମିଳେ ନାହିଁ ବରଂ ଏହା ମସ୍ତିଷ୍କ  ପାଇଁ ମଧ୍ୟ ବହୁତ ଭଲ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ବିଟ ଖାଇବାର ଲାଭ। ଆପଣଙ୍କ ଶାରୀରିକ କାଯ୍ୟକଳାପରେ କାଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଟ  ବହୁତ ଭଲ ବୋଲି ବିବେଚନା କରାଯାଏ। ଏକ ଅଧ୍ୟୟନରୁ ଜଣା ପଡିଛି ଯେ ବିଟ ରସ ପିଇବା ଆପଣଙ୍କୁ  ଅଧିକ ସମୟ ପାଇଁ  ସକ୍ରିୟ ରଖିପାରେ। ବିଟ  ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ ରଖେ। ଏଥିରେ ନାଇଟ୍ରେଟ ଥାଏ ଯାହା  ନାଇଟ୍ରିକ  ଅକ୍ସାଇଡରେ  ରୂପାନ୍ତରିତ ହୁଏ ।  ଯାହା ଯୋଗୁଁ ଶିରାଗୁଡକ ଠିକ ଭାବରେ ପ୍ରସାରିତ ହେବା ସହ ରକ୍ତ ପ୍ରବାହିତ ହୋଇଥାଏ। ଯାହା ଫଳରେ ରକ୍ତଚାପର କୌଣସି ସମସ୍ୟା ଦେଖାଯାଏ ନାହିଁ। ଆପଣଙ୍କ ଶରୀରରେ ରକ୍ତର ଅଭାବ ଦେଖାଗଲେ ବିଟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୁଏ । ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ଦିଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking