20.1 C
Bhubaneswar
Sunday, December 14, 2025
Homeଦେଶ ବିଦେଶଭାରତୀୟ ସ୍ଥଳ ସେନା ମୁଖ୍ୟଙ୍କ ବଡ଼ ବୟାନ୍‌; ଚୀନ୍‌, ପାକିସ୍ତାନକୁ ବିଶ୍ୱାସ କରିହେବନି

ଭାରତୀୟ ସ୍ଥଳ ସେନା ମୁଖ୍ୟଙ୍କ ବଡ଼ ବୟାନ୍‌; ଚୀନ୍‌, ପାକିସ୍ତାନକୁ ବିଶ୍ୱାସ କରିହେବନି

ନୂଆଦିଲ୍ଲୀ: ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଭାରତର ଦୁଇ ପଡୋଶୀ ତଥା ଶତ୍ରୁ ରାଷ୍ଟ୍ର ଭାବେ ବିବେଚିତ ଚୀନ୍ ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚୀନ୍ ଏପରି ଏକ ଦେଶ ଯାହା ଉପରେ କେବେହେଲେ ବିଶ୍ୱାସ କରାଯାଇପାରିବନାହିଁ। ସେହିପରି ପାକିସ୍ତାନ ସମ୍ପର୍କରେ କହିବାକୁ ଯାଇ ଦ୍ୱିବେଦୀ କହିଛନ୍ତି, ଏହା ଆତଙ୍କବାଦକୁ ରୋକିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନାହିଁ। ସେହି କାରଣରୁ ଏହା ମଧ୍ୟ ଏକ ବିଶ୍ୱାସଯୋଗ୍ୟ ଦେଶ ନୁହେଁ। ବାସ୍ତବରେ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟକୁ ଆମକୁ ବୁଝିବାକୁ ହେବ। ପ୍ରକାଶ ଭାରତୀୟ ସେନା ମୁଖ୍ୟ ଜେନେରାଲଙ୍କ ଏପ୍ରକାର ବୟାନ୍ ଏପରି ଏକ ସମୟରେ ଆସିଛି ଯେତେବେଳେ, ଚୀନ୍ ଏବଂ ଭାରତ ସହ ସମ୍ପର୍କକୁ ଅଧିକ ନିବିଡ କରିବାକୁ ଚାହୁଁଛି। ବାସ୍ତବରେ ଚୀନ୍‌-ଆମେରିକା ମଧ୍ୟରେ ଚାଲିଥିବା ଟାରିଫ୍ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ôଚଛି। ବାସ୍ତବରେ ଭାରତ ଆଳରେ ଚୀନ୍ ଏବେ ଆମେରିକାକୁ ମୁହଁତୋଡ ଜବାବ ଦେବାକୁ ଚାହୁଁଛି।

ଜେନେରାଲ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଭାରତୀୟ ସେନା ଦ୍ରୁତ ଗତିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରୁଛି ଏବଂ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚୀନ୍ ସହିତ ସମ୍ଭାବ୍ୟ ଯୁଦ୍ଧର ପରିସ୍ଥିତି ସେନା ମୁଖ୍ୟ କହିଛନ୍ତି, ଭାରତୀୟ ସେନା ଡ୍ରୋନ ପ୍ରଯୁକ୍ତିବିଦ୍ୟା ସମେତ ନୂତନ ସାମରିକ କ୍ଷମତା ଉପରେ ନିରନ୍ତର କାମ କରୁଛି। ଭାରତ ପାଖରେ ଏପରି ଉନ୍ନତ ଡ୍ରୋନ୍ ଅଛି ଯାହା ଇକ-୪୭ ଚଲାଇପାରିବ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ। ଯଦି ଚାଇନା ପକ୍ଷରୁ ଡ୍ରୋନ୍ ଆକ୍ରମଣ ହୁଏ, ତେବେ ଭାରତ ମଧ୍ୟ ସମାନ ଶକ୍ତି ସହିତ ଜବାବ ଦେବାକୁ ସମ୍ପୂର୍ଣ୍ଣ ସକ୍ଷମ। ସେହି ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଚୀନ୍‌କୁ ବିଶ୍ୱାସ କରାଯାଇପାରିବ ନାହିଁ। ଯଦିଓ ଯୁଦ୍ଧ କୌଣସି ଦେଶର ସ୍ୱାର୍ଥରେ ନୁହେଁ, କିନ୍ତୁ ଆବଶ୍ୟକ ପଡ଼ିଲେ, ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତିର ସହିତ ଜବାବ ଦେବାକୁ ସକ୍ଷମ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking