26.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶରିଲ୍ସ ନିଶାରେ ଜଳିଗଲେ ଦିଅର, ଭାଉଜ

ରିଲ୍ସ ନିଶାରେ ଜଳିଗଲେ ଦିଅର, ଭାଉଜ

ମଧ୍ୟପ୍ରଦେଶ: ରିଲ୍ସ ବନାଇବାର ନିଶା ଛାରଖାର କରିଦେଲା । ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ରୋଡ ସ୍ଥିତି ୭ ମହଲା ବିଲ୍ଡିଂରେ ରହୁଥିଲେ ଅନୀଲ ଜାଠ ନାମକ ବ୍ୟକ୍ତି । ସେ ଓ ତାଙ୍କ ଭାଉଜ ମିଶି ରିଲ୍ସ କରୁଥିଲେ । ରିଲ୍ସରେ ବିଲ୍ଡିଂରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଥିଲା । ଏଥିପାଇଁ ଦୁହେଁ ଏଲପିଜି ସିଲିଣ୍ଡର ଖୋଲିଦେଇଥିଲେ । ଚାରିଆଡ ଗ୍ୟାସରେ ଭରିଯାଇଥଲା । ଏହାପରେ ହାଲୋଜିନ ଲାଇଟର ସ୍ବିଚ ଅନ କରିଦେଇଥିଲେ । ଲାଇଟ ଜଳିବା ମାତ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ପୁରା ୭ ମହଲା ବିଲ୍ଡିଂ ଥରିଉଠିଥିଲା । ବିଲ୍ଡିଂରେ ରହୁଥିବା ଲୋକେ ଭୟରେ ଦୌଡି ପଳାଇବାରୁ ବଞ୍ଚିଯାଇଥିବାବେଳେ ରିଲ୍ସ କରୁଥିବା ଅନୀଲ ଜାଠ୍ ଓ ତାଙ୍କ ଭାଉଜ ଜଳିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ କରୁଛି । ଅନେକ ସମୟରେ ରିଲ୍ସ ବନାଇବାର ନିଶା ଲୋକଙ୍କ ପାଇଁ ମରଣାନ୍ତକ ହେଉଛି, ତଥାପି ଲୋକେ ଚେତୁନଥିବା କ୍ଷୋଭର ବିଷୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking