ବେଙ୍ଗାଲୁରୁ: ଗୁରୁବାର ଦିନ କର୍ଣ୍ଣାଟକରେ ତିନି ଜଣ ପୁରୁଷ ଦୁଇ ଜଣ ମହିଳାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କର୍ଣ୍ଣାଟକରେ ଘଟିଛି । ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ହାମ୍ପି ନିକଟସ୍ଥ ଲୋକପ୍ରିୟ ସାନାପୁର ହ୍ରଦ କୂଳରେ ଏହି ମହିଳାମାନେ, ଜଣେ ୨୭ ବର୍ଷୀୟ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ୨୯ ବର୍ଷୀୟ ହୋମଷ୍ଟେ ମାଲିକ, ସମସ୍ତେ ଏକତ୍ରିତ ହୋଇ ବସିଥିଲେ।ଯେତେବେଳେ ମହିଳାମାନେ ଅନ୍ୟ ତିନି ଜଣ ପୁରୁଷ ଯାତ୍ରୀଙ୍କ ସହିତ ନଦୀ କୂଳକୁ ଚାହିଁ ରହିଥିଲେ ,ଅଭିଯୁକ୍ତମାନେ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ ଏବଂ ମହିଳାମାନଙ୍କୁ ଗଣ ଦୁଷ୍କର୍ମ କରିବା ପୂର୍ବରୁ ସେମାନଙ୍କୁ କେନାଲରେ ଠେଲି ଦେଇଥିଲେ ବୋଲି ଜଣାପଡ଼ିଛି। ତିନି ଜଣ ପୁରୁଷ ଯାତ୍ରୀଙ୍କୁ ଆମେରିକାର ଡାନିଏଲ୍ ବୋଲି ଚିହ୍ନଟ କରାଯାଇଛି। ପଙ୍କଜ ମହାରାଷ୍ଟ୍ରର ଏବଂ ବିବାଶ ଓଡ଼ିଶାର ବୋଲି ଜଣ ପଡିଛି । ଆକ୍ରମଣ ପରେ ବିବାଶ ନିଖୋଜ ହୋଇଯାଇଛନ୍ତି। ପରେ ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ରିପୋର୍ଟ ଅନୁସାରେ, ୨୯ ବର୍ଷୀୟ ହୋମଷ୍ଟେ ମାଲିକାଣୀ ଏକ ପୋଲିସ ଅଭିଯୋଗରେ କହିଛନ୍ତି ଯେ ସେ ଏବଂ ତାଙ୍କର ଚାରି ଜଣ ଅତିଥି ରାତ୍ରୀ ଭୋଜନ ପରେ ତୁଙ୍ଗଭଦ୍ରା ବାମ କୂଳ କେନାଲ ନିକଟରେ ତାରା ଦେଖିବା ପାଇଁ ଯାଇଥିଲେ । ଏକ ମୋଟରସାଇକେଲରେ ତିନି ଜଣ ଲୋକ ସେମାନଙ୍କ ପାଖକୁ ଆସିଥିଲେ ଏବଂ ସେମାନେ ପ୍ରଥମେ ନିକଟସ୍ଥ ପେଟ୍ରୋଲ ପମ୍ପ କେଉଁଠି ବୋଲି ପଚାରିଥିଲେ ଏବଂ ତା’ପରେ ସେମାନେ ୧୦୦ ଟଙ୍କା ଦେବାପାଇଁ ଦାବି କରିଥିଲେ । ଯେତେବେଳେ ହୋମଷ୍ଟେ ମାଲିକ ଏବଂ ପର୍ଯ୍ୟଟକମାନେ ତିନି ଅଭିଯୁକ୍ତଙ୍କୁ ମନା କରିଥିଲେ, ସେମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅପରାଧ କରିବା ପରେ, ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜୁଛି। ମହିଳା ଜଣକ ବର୍ତ୍ତମାନ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗ ଆଧାରରେ, ପୋଲିସ ମାମଲା ରୁଜ୍ଜୁ କରିଛି ।ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଛି।










