25.1 C
Bhubaneswar
Saturday, December 6, 2025
Homeଓଡିଶାବିବାହ ଉତ୍ସବରେ ବାଡାବାଡି

ବିବାହ ଉତ୍ସବରେ ବାଡାବାଡି

ଖଲ୍ଲିକୋଟ: ବାହାଘର ପ୍ରୋସେସନରେ ଗଣ୍ଡଗୋଳ। ୩ ଗୁରୁତର ଆହତ ହୋଇଛନ୍ତି। ଖଲ୍ଲିକୋଟ ଥାନା ଚଣ୍ଡୀ ପୀଠରେ ବାହାଘର ପ୍ରୋସେସନ ଚାଲିଥିବା ସମୟରେ ବିବାଦ ହୋଇଛି। ଆହତ ୩ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି। ବିବାଦକୁ ନେଇ ଜଣଙ୍କୁ ପିଠିରେ ଛୁରୀ ଭୂଷି ଆକ୍ରମଣ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି  , ସେପଟେ ଖୋର୍ଦ୍ଧା ବାଲୁଗାଁ ଗୁଣ୍ଡୁରିପୁରରେ ଗୋଷ୍ଠୀ ସଂଘର୍ଷ। ଘଟଣାସ୍ଥଳରେ ଲାଗୁ ହେଲା ବିଏନ୍‌ଏସ୍‌ ୧୬୩। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଜଳିଯାଇଛି ୨ଟି ବାଇକ  । ସେହିପରି ଟେକାପଥର ମାଡ଼ରେ ଉଭୟ ପକ୍ଷର ୩ରୁ ଅଧିକ ଆହତ ହୋଇଛନ୍ତି ।  ମାଟି ଚାଲାଣରୁ ଏହି ହିଂସାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଗୁଣ୍ଡୁରିପୁର ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଛି। ଖୋର୍ଦ୍ଧା ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ଧାମନଗର ପୋଲିସର ଦବଙ୍ଗଗିରୀ ଦେଖିବାକୁ ମିଳିଛି  । ବିଚ ରାସ୍ତାରେ ୨ ଜଣ ଡ୍ରାଇଭରଙ୍କୁ ଗୋଡ଼ାଇ ପିଟିଲା ପୋଲିସ ।

ସାଧାରଣ ଲୋକଙ୍କୁ ପୋଲିସ ଭଲ ବ୍ୟବହାର ଦେଖାଇବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମାନବିକତା ଭୁଲିଯାଇଛି ଧାମନଗର ପୋଲିସ  ।  ବିଚ ରାସ୍ତାରେ ଗୋଡାଇ ଗୋଡ଼ାଇ ଇଲେକ୍ଟ୍ରି ଅଫିସରେ କାର୍ଯରତ ଥିବା ଦୁଇ ଡ୍ରାଇଭରଙ୍କୁ ପିଟିଥିବା ଅଭିଯୋଗ ହୋଇଛି ।   ପୋଲିସ ବିରୋଧରେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ଦୁଇଜଣ ଡ୍ରାଇଭର  ।  ସୂଚନା ଅନୁସାରେ ଦଳାଙ୍ଗ ପଞ୍ଚାୟତର ଯଶକେତନ ମଲ୍ଲିକ ଓ  ଦୀନବନ୍ଧୁ ସାହୁ ଗତକାଲି ବିଳମ୍ବିତ ରାତିରେ ଇଲେକ୍ଟ୍ରି ଅଫିସ ବୋଲେରୋ ମରାମତି କରି ଘରକୁ ଫେରୁଥିଲେ । ଥାନା ନିକଟରେ ରଖିଥିବା ନିଜ ବାଇକ ନେଇ ଘରକୁ ଯିବା  ସମୟରେ ହଠାତ ପୋଲିସ ଭ୍ୟାନ ପହଞ୍ଚି କିଛି ନବୁଝି ଉଭୟଙ୍କୁ ଗୋଡାଇ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି । ଦେହ ସାରା ମାଡ଼ ଚି଼ହ୍ନ ସହ ହାତ ମଧ୍ୟ ଭାଙ୍ଗିଯାଇଛି  ।  ତେବେ ପୋଲିସର ଏଭଳି ବରର୍ବତା କେତେଦୁର ଠିକ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking