31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଖୁବଶୀଘ୍ର ଏଟିଏମ୍ ସୁବିଧା ଯୋଗାଇବ ଇପିଏଫ୍‌ଓ

ଖୁବଶୀଘ୍ର ଏଟିଏମ୍ ସୁବିଧା ଯୋଗାଇବ ଇପିଏଫ୍‌ଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଖୁବ୍‌ଶୀଘ୍ର ‘ଇପିଏଫ୍‌ଓ ୩.୦ ସଂସ୍କରଣ’ ଆରମ୍ଭ କରିବ। ଏହି ଯୋଜନା ଅନ୍ତର୍ଗତ ଇପିଏଫ୍‌ଓ ଏବେ ନିଜ ଗ୍ରାହକଙ୍କୁ ବିନା କୌଣସି ଅସୁବିଧାରେ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଅନୁମତି ଦେବ ଏବଂ ଅନେକ କିଛି ନୂଆ ଫିଚର ଶୁଭାରମ୍ଭ କରିବ। ତେଲେଙ୍ଗାନାରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟ ପରିସରକୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶୁକ୍ରବାର ଏସମ୍ପର୍କରେ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ଇପିଏଫଓ ୩.୦ ସଂସ୍କରଣ’ କର୍ମଚାରୀମାନଙ୍କୁ ବ୍ୟାଙ୍କିଂ ଭଳି ସୁବିଧା ପ୍ରଦାନ କରିବ। ଇପିଏଫଓ ଏକ ବ୍ୟାଙ୍କ ସହ ସମକକ୍ଷ ହେବ। ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ କର୍ମଚାରୀଙ୍କୁ ଇପିଏଫଓ କାର୍ଯ୍ୟାଳୟ କିମ୍ବା ନିଯୁକ୍ତିଦାତାଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ଗ୍ରାହକମାନେ ବ୍ୟାଙ୍କ ଆକାଉଣ୍ଟ ଭଳି ନିଜ ୟୁଏଏନ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ଜରିଆରେ ବିଭିନ୍ନ ବ୍ୟାକିଂ କାରବାରକୁ ଶୀଘ୍ର, ସହଜରେ ଏବଂ ନିରବଚ୍ଛିନ୍ନ ଭାବରେ କରିପାରିବେ। ଯାହାଦ୍ୱାରା ସେମାନଙ୍କୁ ଆଉ ନିଜ ଟଙ୍କା ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଇପିଏଫଓ ସେବାଗୁଡିକରେ ଉନ୍ନତି ହେଉଛି, ଯାହା ଦ୍ୱାରା ଉପଭୋକ୍ତାଙ୍କ ଠାରୁ କମ୍ ଅଭିଯୋଗ ଆସୁଛି। ଏହି ସଂସ୍ଥା ପାଣ୍ଠି ସ୍ଥାନାନ୍ତର, ଦାବି ପ୍ରକ୍ରିୟାକରଣ ଏବଂ ଉପଭୋକ୍ତାଙ୍କ ବିବରଣୀକୁ ଅଧିକ ସରଳ ଏବଂ ଦ୍ରୁତ ଗତିରେ ଅପଡେଟ୍ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking