ନୂଆଦିଲ୍ଲୀ : ରାଜ୍ୟରେ ମହିଳା ହିଂସା ଓ କିଟ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ଦିଲ୍ଲୀରୁ ଓଡିଶା ଆସିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ମହିଳା ହିଂସା ସହ କିଟ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରିବ ଟିମ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ।
ଅନ୍ୟପଟେ ,ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଏପଟେ ଆଜି ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ସଦସ୍ୟ ।










