24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଜୀବନ ନେଉଛି ବିଭ୍ରାନ୍ତିକର ଗୁଗୁଲ ମ୍ୟାପ୍‌; ୩୦ଫୁଟ୍ ଗଭୀର ଡ୍ରେନ୍‌ରେ ପଡ଼ି ଷ୍ଟେସନ ମାଷ୍ଟର ମୃତ

ଜୀବନ ନେଉଛି ବିଭ୍ରାନ୍ତିକର ଗୁଗୁଲ ମ୍ୟାପ୍‌; ୩୦ଫୁଟ୍ ଗଭୀର ଡ୍ରେନ୍‌ରେ ପଡ଼ି ଷ୍ଟେସନ ମାଷ୍ଟର ମୃତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣିଥରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁଗୁଲ୍ ମ୍ୟାପକୁ ବିଶ୍ୱାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରଙ୍କ କାର ୩୦ ଫୁଟ ଗଭୀର ଡ୍ରେନ ଭିତରକୁ ଖସି ପଡ଼ିଛି, ଯେଉଁଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଦିଲ୍ଲୀର ମଣ୍ଡାଭାଲିର ବାସିନ୍ଦା ଥିବା ଷ୍ଟେସନ ମାଷ୍ଟର ଭାରତ ଭଟ୍ଟି ଏକ ବିବାହ ଉତ୍ସବରେ ଯୋଗଦେବାକୁ ନିଜ କାର୍ ଯୋଗେ ଯାଉଥିଲେ।

ଏହି ଉତ୍ସବ ଯେଉଁ ସ୍ଥାନରେ ଥିଲା ସେହି ରାସ୍ତା ଭାରତଙ୍କୁ ଜଣାନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପର ସାହାଯ୍ୟ ନେଇଥିଲେ। ଗୁଗୁଲ ମ୍ୟାପ ଯେଉଁ ରାସ୍ତା ଦେଖାଇଥିଲା ତାହାକୁ ଷ୍ଟେସନମାଷ୍ଟର ବିଶ୍ୱାସ କରି ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ତେବେ କିଛିବାଟ ଆଗକୁ ଯିବା ପରେ ରାସ୍ତା ଶେଷ ହୋଇଯାଇଥିଲା। ସାମ୍ନାରେ ଏକ ଗଭୀର ଡ୍ରେନ୍ ଥିଲା। ଯାହାକୁ ଷ୍ଟେସନ ମାଷ୍ଟର ଜାଣିପାରିନଥିଲେ। ସେ ଯେମିତି ଆଗକୁ ବଢ଼ିଥିଲେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶିଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଷ୍ଟେସନ ଇନଚାର୍ଜ ତାଙ୍କ କନଷ୍ଟେବଳଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ। ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଷ୍ଟେସନ ମାଷ୍ଟରଙ୍କ ନିକଟରୁ ମିଳିଥିବା ପରିଚୟପତ୍ରରୁ ତାଙ୍କୁ ଚିହ୍ନଟ କରିବା ସହ ତାଙ୍କ ପରିବାରକୁ ଦୁର୍ଘଟଣା ବିଷୟରେ ଜଣାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking