ଭଦ୍ରକ : ହୁତୁହୁତୁ ହୋଇ ଜଳୁଛି ଆରଏମସି ମାର୍କେଟ । ପୁରୁଣା ବଜାର ଥାନା ବାଇପାସ ସ୍ଥିତ ଆରଏମସିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମାର୍କେଟରେ ଥିବା ବିସ୍କୁଟ ଓ ପ୍ଲାଷ୍ଟିକ ଗୋଦାମରେ ଲାଗିଛି ନିଆଁ । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଆହତ ହୋଇଛନ୍ତି । ସର୍ଟସର୍କିଟରୁ ନିଆଁ ବ୍ୟାପିଥିବା ନେଇ ସନ୍ଦେହ କରାଯାଉଛି ।










