ଭୁବନେଶ୍ୱର : ଅଲିଭ ରିଡଲେଙ୍କ ରେକର୍ଡ ଅଣ୍ଡାଦାନ ପରେ ସୁରକ୍ଷା ପାଇଁ ବ୍ୟାଫକ ବ୍ୟବସ୍ଥା କରାଯାଇଛି କହିଲେ ପିସିସିଏଫ ପ୍ରେମ କୁମାର ଝା । ଅଣ୍ଡାଦାନ ହୋଇଥିବା ୫ କିମି ବ୍ୟାପୀ ସମ୍ପୁଣ୍ଣ ବିଚ ଫେନ୍ସିଂ ହୋଇଛି । ପ୍ରତି ୫୦ ମିଟରରେ ଜଣେ ବନ କର୍ମଚାରୀ ମୁତୟନ ଅଛନ୍ତି । ଅଣ୍ଡାଦାନ ପରେ ଛୁଆ ବାହାରିବା ପାଇଁ ୪୦ ଦିନ ସମୟ ଲାଗିବ । ଛୁଆ ଜନ୍ମ ହେବା ସମୟରେ ମୁହାଣ ପାଖରେ ସପ୍ତାହେ ଲାଇଟ ବନ୍ଦ ରହିବ ।










