ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡ ପାଇଁ ୨୫୦ ରନ୍ର ଲକ୍ଷ୍ୟ ରଖିଛି। ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୨୪୯ ରନ୍ କରିପାରିଥିଲା। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପାଇଁ ଶ୍ରେୟସ ଆୟର ୯୮ ବଲ୍ ରେ ୭୯ ରନ୍ ର ଇନିଂସ ଖେଳିଥିଲେ। ଏହି ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ଅନ୍ତର୍ଭୁକ୍ତ ଥିଲା। ଅକ୍ଷର ପଟେଲ (୪୨ ରନ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୪୫ ରନ) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୫ଟି ୱିକେଟ ନେଇଛନ୍ତି।










