ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସହରର ମଧ୍ଯଙ୍କୁ ପ୍ରବେଶ କରୁଥିବା କଳିଙ୍ଗନଗର ଶିଳ୍ପ ପୁଞ୍ଜ ର ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡ଼ିକ ବସ ଚାଲ ଚଳ ଉପରେ ମାର୍ଗଦର୍ଶିକା ଜାରିକଲା ଜିଲା ପ୍ରଶାସନ ଓ ପୋଲିସ ଶନିବାର ଅପରାହ୍ନ ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁଯାଜପୁର ରୋଡ ଥାନ ପରିସର ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଓ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ପ୍ଲାଣ୍ଟ ବସ ଗୁଡିକ ପ୍ରବେଶ ଉପରେ କଟକଣା ଜାରି କରି ମାର୍ଗ ଦର୍ସିକା କରାଯାଇଛି। ଏହି କଟକଣାକୁ ଖିଲାପ କଲେ ଏମଭିଆଇ ଆକ୍ଟ ଅନୁସାରେ ସଂପୃକ୍ତ ପ୍ଲାଣ୍ଟ ବସ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ୩ ତାରିଖ ଠାରୁ ପ୍ଲାଣ୍ଟ ବସ ଗୁଡିକ ଉପରେ କଟକଣା ଲାଗୁକରା ଯିବ। କଳିଙ୍ଗନଗର ଶିଳ୍ପାଂଚଳର ବିଭିନ୍ନ କାରଖାନର କର୍ତ୍ତୁପକ୍ଷ ଶତାଧିକ ବସ କର୍ମଚାରି ମାନଙ୍କୁ ନେବା ଆଣିପାଇଁ ନିୟୋଜିତ କରିଚନ୍ତି । ବସ ଗୁଡିକ ପାର୍କିଂ ପାଇଁ ସହରର ବାହାରେ ରହଣି ପାଇଁ ୫ ଟି ସ୍ଥାନ ଓ ସହର ଭିତରେ ୫ ଟି ସ୍ଥାନ ନିରୂପଣ କରା ଯାଇଛି। ବସ ଗୁଡିକ ସେଠାରେ ରହି ନବା ଆଣିବା କରିବେ । ରେଳ ଯୋଗେ ଆସୁଥିବା କର୍ମଚାରୀ ମାନଙ୍କୁ କାରଖାନା କୁ ନେବା ଆଣିବା ୨୦ଟି ବସ ପ୍ରବେଶ ପାଇଁ ଷ୍ଟେସନ ନିକଟରେ ପାର୍କିଂ ବେବସ୍ତା ରହିଛି । ସହର ମଧ୍ଯରେ ୩୦ କି:ମି ବେଗରେ ବସ ଚଳାଇବାକୁ ପ୍ରସାଶନ ପକ୍ଷରୁ ନିର୍ଦେଶ ଦିଆ ଯାଇଛି । ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଗଣ ମାଧ୍ୟମ କୁ ସୁଚନା ଦେଇ ଛନ୍ତି ସହରରେ ଶାନ୍ତି ସୃଂଖଳ ଓ କ୍ରାଇମ୍ ଟ୍ରାଫିକ ସମସ୍ୟା ରୋକିବା ପାଇଁ ତିନୋଟି ଶିଶି କ୍ୟମେରା ସଂଯୋଗ କରା ଯାଇଛି। ପ୍ରକାଶ ଥାଉ କି ପ୍ଲାଣ୍ଟ ବସ ଗୁଡିକ ବେପାରୁଆ ଭାବରେ ବସ ଚଳାଚଳ କରିବା ଫଳରେ ଟ୍ରାଫିକ ଯାମ୍ ସହିତ ଅନେ ଛୋଟବଡ ଘଟଣା ଘଟି ଅନେକ ହାନି ଘଟିଛି। ଏହାର ସମାଧାନ ନିରାକାରଣ ପାଇଁ ସହରର ବିଭିନ୍ନ ଗଣ ସଂଘଟନ ଜିଲା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଜିଲ୍ଲା ପ୍ରଶାସନ ପ୍ଲାଣ୍ଟ କତୃପକ୍ଷଙ୍କ ସହ ପ୍ରଜ୍ୟାୟ କର୍ମେ ଆଲୋଚନା କରି ଥିଲେ ଆଲୋଚନା ବିଭିନ୍ନ ଦିଗ କୁ ତର୍ଯ୍ୟମା କରି ସହମତି ଅନୁସାରେ ଏହି ମାର୍ଗଦର୍ଶିକା ଯାରି କରା ଯାଇଛି । ସମାଧାନ ବାଟ ବହୁ ବିଳମ୍ବ ରେ ସହମତି ପ୍ରକାଶ ପାଇଛି ବସ ଗୁଡ଼ିକ ପ୍ରବେଶ ଅନୁସାରେ ମର୍ଗ ଦାର୍ଶିକା ଜାରି କାରା ଯାଇ ୩ ତାରିଖ ସୋମବାର ଠାରୁ ବସ ଜାତ ଆତ ରେ କଟଜଣା ଜାରି କରି ସହର ବାସିଙ୍କ ଆବେଗ ଦାବିକୁ ପୂରଣ କରିଛନ୍ତି।










