ଭୁବନେଶ୍ୱର: କେନ୍ଦୁଝରରୁ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ମାଳମାଳ ପ୍ରସଙ୍ଗ ଉଠାଇ କଲେ ସମାଲୋଚନା । ୨୪ ବର୍ଷ ଶାସନରେ ଓଡିଶା ବିକଶିତ ରାଜ୍ୟ ହୋଇପାରିଲାନି । ପୂର୍ବ ସରକାରକୁ ଲୋକ ପର୍ଯ୍ୟାପ୍ତ ସମୟ ଦେଇଥିଲେ । ୯ ମାସର ସରକାରକୁ ପଚାରୁଛନ୍ତି ତୁମେ କଣ କରୁଛ? ଧର୍ମ ନାମରେ କେବଳ ରାଜନୀତି କରୁଥିଲେ । ଜଗନ୍ନାଥଙ୍କୁ ଗାଡିରେ ବୁଲାଇ ଘରଘର ବୁଲି ଚାଉଳ ମାଗୁଥିଲେ । ରାଜନୀତି କରି ଶ୍ରୀମନ୍ଦିରରେ ଉଷୁନା ଚାଉଳ ପୂରାଇଲେ । ସରକାର ଆସିବାର ୭ ଦିନ ଭିତରେ ୪ ଦ୍ୱାର ଖୋଲିଲୁ । ରତ୍ନଭଣ୍ଡାର ମଧ୍ୟ ଖୋଲିଲୁ ।










