23.1 C
Bhubaneswar
Saturday, February 7, 2026
Homeଖେଳଚାମ୍ପିୟନ୍ସ ଟ୍ରଫି ୨୦୨୫: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଚାମ୍ପିୟନ୍ସ ଟ୍ରଫି ୨୦୨୫: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଦୁବାଇ: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ନିଜର ଶେଷ ଗ୍ରୁପ୍ ପର‌୍ୟ୍ୟାୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ । ଗ୍ରୁପ୍ ‘ଏ’ର ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼ଇ । ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍ ପୂର୍ବରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଏବଂ ସ୍ପିନ୍ ବିପକ୍ଷରେ ନିଜ ଖେଳାଳିଙ୍କୁ ଅଧିକ ଶାଣିତ କରିବାକୁ ଏହି ମ୍ୟାଚ୍ ଉପରେ ନଜର ରଖିଛି। ଭାରତ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାରୁ ଏହି ଦୁଇ ଦଳର ଅଭିଜ୍ଞ ସ୍ପିନର୍‌ଙ୍କୁ ମୁକାବିଲା କରିବା ପୂର୍ବରୁ ମଧ୍ୟ ଭାରତୀୟ ଖେଳାଳି ଏଠାରେ ପ୍ରସ୍ତୁତ ହେବାକୁ ସୁଯୋଗ ପାଇବେ। ଶୁବମନ ଗିଲ୍ ଓ ବିରାଟ କୋହଲି ଅନ୍ୟୂନ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେ‌ଳେ ଏବେ କେଏଲ୍ ରାହୁଲ, ଶ୍ରେୟସ ଆୟରଙ୍କୁ ସେମିଫାଇନାଲ୍ ପୂର୍ବରୁ ଦୁବାଇର ମନ୍ଥର ପିଚ୍‌ରେ କିଛି ଭଲ ଅଭ୍ୟାସର ଆବଶ୍ୟକତା ରହିଛି । ଉଭୟ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅପରାଜିତ ରହିଛନ୍ତି। ନିଜ ନିଜର ଶେଷ ୫ ମୁକାବିଲା ଜିତିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ୍ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଦୁଇ ଥର ଭାରତଠାରୁ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିବ। ଗ୍ରୁପ୍ ପର‌୍ୟ୍ୟାୟ ଏବଂ ସେମିଫାଇନାଲ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ରୋହିତ ନ ଖେଳିଲେ ଋଷଭ ପନ୍ତ୍ ପ୍ରଥମ ମ୍ୟାଚ୍ ସୁଯୋଗ ପାଇପାରନ୍ତି।  ଅଧିନାୟକ ଦାୟିତ୍ୱ ତୁଳାଇପାରନ୍ତି ଶୁଭମନ ଗିଲ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking