21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେରଳ ଗଣହତ୍ୟାର କାରଣ ଖୋଜି ପାଉନି ପୋଲିସ

କେରଳ ଗଣହତ୍ୟାର କାରଣ ଖୋଜି ପାଉନି ପୋଲିସ

ନୁଆଦିଲ୍ଲୀ: କେରଳରେ ହୋଇଥିବା ଗଣହତ୍ୟାର କାରଣ ଖୋଜି ପାଉନି ପୋଲିସ। ରାଜଧାନିର ଛାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ସୁରାକ ପାଇପାକୁ ପୋଲିସ ସଂଘର୍ଷ କରୁଛି। ତେବେ ଏହି ଗଣହତ୍ୟାରେ ମୃତ୍ୟୁ ଘଟିଥିବା ୫ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି। ତେବେ ଆର୍ôଥକ ଋଣ କିମ୍ବା ଡ୍ରଗ କାରବାର ପାଇଁ ସମସ୍ତଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି। ଏହି ଘଟମାର ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନ ସୋମବାର ପୋଲିସ ଷ୍ଟେସନରେ ପହଞ୍ଚି ନିଜେ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲା। ଏହା ସହ ସେ ବିଷ ଖାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲା।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛୁ। ଏହି ହତ୍ୟାକାଣ୍ଡ ପଛରେ ଡ୍ରଗ କାରବାର କିମ୍ବା ଆର୍ôଥକ ନେଣଦେଣର କାରଣ ରହିଛି ବୋଲି ଆମେ ଅନୁମାନ କରୁଛୁ। ତେବେ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। ଥିରୁଭନନ୍ତପୁରମର ରୁରାଲ ଏସପି ସୁଦର୍ଶନ କେଏସ ଏହି ପରିବାରରେ ଆର୍ôଥକ ଅନଟନ ରହିଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆରୋପି ଜଣଙ୍କ ତାଙ୍କ ଘରେ ଆର୍ôଥକ ଅନଟନ ଲାଗି ରହିଥିଲା ବୋଲି ସମସ୍ତଙ୍କୁ ହତ୍ୟା କରିଛି ବୋଲି ଦୋଷ ସ୍ୱିକାର କରିଛି। କିନ୍ତୁ ଆନେ ଏହି ମାମଲାକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରୁଛୁ। ଯଦି ଏହି କାରଣ ସତ ହୋଇଥାଏ ତେବେ ଆମେ ଏହାର ଡିଜାଟାଲ ପ୍ରମାଣ ହାସଲ କରିବୁ ବୋଲି ସେ କହିଛନ୍ତି। ସୁଦର୍ଶନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ ଡ୍ରଗ ମାମଲାକୁ ନଜର ଅନ୍ଦାଜ କରାଯାଇପାରିବ ନାହିଁ। ଅଭିଯୁକ୍ତର ରକ୍ତ ନମୁନାକୁ ଆମେ ପରିକ୍ଷଣ ପାଇଁ ପଠାଇଛୁ।

ରିପୋର୍ଟ ଆସିବା ପରେ ସେ ହତ୍ୟା କଲାବେଳେ ମଦ କିମ୍ୱା ଡ୍ରଗ ନିଶାର ସେବନ କରିଥିଲା କି ନାହିଁ ଜଣାପଡିବ। ସୂଚନା ମୁତାବକ, ଉକ୍ତ ପରିବାର ୧୧-୧୨ ଜଣଙ୍କ ନିକଟରୁ ୬୪ ଲକ୍ଷରୁ ଅଧିକ ଟଙ୍କା ଋଣ କରିଛନ୍ତି। ତେବେ କିଛି ଦିନ ତଳେ ଅଫାନ ନିଜ ଜେଜେମାଙ୍କ ସୁନା ଚେନ ଚୋରି କରିନେଇଥିଲେ। ସେ ଉଧାର କରିଥିବା ୭୪,୦୦୦ଟଙ୍କାର କିସ୍ତି ଦେବା ପାଇଁ ସେ ସୁନାଚେନ ବିକ୍ରି କରି ୪୦,୦୦୦ ଟଙ୍କା ଦେଇଥିଲେ ବୋଲି ଜଣାପଡିଛି। ବୁଧବାର ସୁଦ୍ଧା ଅଫାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ପୋଲିସ ତାଙ୍କ ନିକଟରୁ ଳଉ କିଛି ବୟାନ ମଧ୍ୟ ରେକର୍ଡ କରିଛି। ତେବେ ତାଙ୍କ ଚିକିତ୍ସା ସରିବା ପରେ ଏ ମାମଲା ନେଇ ଜଡିତ ପ୍ରଶ୍ନ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ଆସନ୍ତା ତିନିଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଚ୍ଚ କରାଯିବ ବୋଲି କତ୍ତୃପକ୍ଷ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking