ବ୍ରହ୍ମପୁର : ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଚୂଡାନ୍ତ ରାୟସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଶୁକ୍ରବାର ପ୍ରକାଶ କରିଛନ୍ତି । ସେ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ଦୈତ୍ୟ ଓରଫ ଫକୀର ନାଇକ । ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିବା ଦୈତ୍ୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।










