25.1 C
Bhubaneswar
Saturday, February 7, 2026
Homeଓଡିଶାଆହତ ସେବକଙ୍କୁ ସାକ୍ଷାତ କଲେ ପିସିସି ସଭାପତି

ଆହତ ସେବକଙ୍କୁ ସାକ୍ଷାତ କଲେ ପିସିସି ସଭାପତି

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଧରି ମନ୍ଦିର ଉପରକୁ ଚଢ଼ୁଥିବା ବେଳେ ତଳେ ଖସିପଡ଼ି ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିିଟାଲରେ ଚିକିତ୍ସିତ ହେଉଥିବା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କୁ ଆଜି ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କ୍ୟାପିଟାଲ ହସପିଟାଲରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଏଭଳି ଅଘଟଣ ଘଟିବା ଦୁଃଖଦାୟକ। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଶ୍ୱବିଖ୍ୟାତ ଏଣୁ ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାର ଗୁରୁତ୍ୱ ଉପଲବ୍ôଧ କରି ତୁରନ୍ତ ତଦନ୍ତ କରିବା ଆବଶ୍ୟକ। ପୁରୀ ରଥଯାତ୍ରାରେ ପ୍ରଭୁ ବଳଭଦ୍ର ପଡ଼ିଯାଇଥିଲେ। ମାତ୍ର ସରକାର ସେ ଉପରେ କ’ଣ ତଦନ୍ତ କଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଲିଙ୍ଗରାଜଙ୍କ ସେବକ ଯୋଗେନ୍ଦ୍ର ବାବୁ ୩୦ ବର୍ଷ ଧରି ଏହି କାର୍ଯ୍ୟ କରୁଥିଲେ।

ମାତ୍ର କ’ଣ ଅବ୍ୟବସ୍ଥା ହେଲା ଯାହା ଫଳରେ ସେ ପଡ଼ିଗଲେ। ଅଭିଯୋଗ ହେଉଛି ଯେ ସେ ଯେଉଁ ଶିଢ଼ିରେ ଯାଉଥିଲେ ସେ ଶିଢ଼ିରେ ବାଲି ଦିଆଯାଏ, ଯାହାଫଳରେ ତେଲ ଲାଗିଲେ ମଧ୍ୟ ଖସୁ ନଥିଲା। ମାତ୍ର ଏଥର ବାଲି ଦିଆଯାଇ ନାହିଁ। ଜଣେ ସେବାୟତ ଏହି କାର୍ଯ୍ୟ କରୁଥିବା ବେଳେ କିପରି ସୁରକ୍ଷିତ ରହିବେ ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ। ସୁତରାଂ ଏହି ତ୍ରୁଟି ପାଇଁ ସରକାର ଦାୟୀ ଏବଂ ଆହତ ଯୋଗେନ୍ଦ୍ର ସମର୍ଥାଙ୍କୁ ସରକାର କ୍ଷତିପୂରଣ ବାବଦକୁ ଅର୍ଥ ବ୍ୟବସ୍ଥା କରନ୍ତୁ। ଆମ ପକ୍ଷରେ ଯାହା ସମ୍ଭବ ତାହା ଆମେ ସହଯୋଗ କରିବୁ। ଶ୍ରୀ ଦାସ ସମର୍ଥାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଦୁଃଖ ଜଣାଇଛନ୍ତି। ଏତଦ୍‌ଭିନ୍ନ ଠେଲାପେଲାରେ ମଧ୍ୟ ୫ ଜଣ ଅଚେତ୍ ହୋଇଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରଶାସନ ପକ୍ଷରୁ ଠିକ୍ ଭାବେ ପରିଚାଳନା କରାଯାଇନାହିଁ। ସରକାର ସଠିକ୍ ଭାବେ ଯତ୍ନବାନ ହୋଇନାହାନ୍ତି।

ଉଭୟ ପୁରୀ ରଥଯାତ୍ରା ସମୟରେ ପ୍ରଭୁ ବଳଦେବ ପଡ଼ିଯିବା ଘଟଣା ଏବଂ ଗତକାଲି ଲିଙ୍ଗରାଜଙ୍କ ସେବକ ମନ୍ଦିରରୁ ପଡ଼ିଯିବା ଘଟଣା ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାରୁ ଶ୍ରୀ ଦାସ ଦାବି କରିଛନ୍ତି। ବିଜେପି ଧର୍ମକୁ ନେଇ ରାଜନୀତି କରେ ଏବଂ ଠାକୁରଙ୍କ ନାମ ନେଇ ଭୋଟ ଭିକ୍ଷା କରେ। ମାତ୍ର ବାସ୍ତବ କ୍ଷେତ୍ରରେ ଯାହା ପରିଦୃଷ୍ଟ ହୋଇଛି ଠାକୁରଙ୍କ ସେବା ଓ ନିତିକାନ୍ତିରେ ଯେଉଁ ବିଭ୍ରାଟ ହୋଇଛି ସେଥିପ୍ରତି ବିଜେପି ସରକାର ଆଦୌ ଯତ୍ନବାନ ନୁହଁନ୍ତି। ପିସିସି ସଭାପତିଙ୍କ ସହ ଏହି ସାକ୍ଷାତରେ ପୂର୍ବତନମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍‌ଗୋ, ମାନସ ଚୌଧୁରୀ, ୟାସିର ନୱାଜ, ରଞ୍ଜିତ ପାତ୍ର, ମହମ୍ମଦ ଇନ୍‌ଦାଜ, ମନୋଜ ବିଶ୍ୱାଳ, ସୁଧାଂସୁ ଶେଖର ଦେଓ, ଇଂ ସିଦ୍ଧାର୍ଥସ୍ୱରୂପ ଦାସ, ରଜନୀ ମହାନ୍ତି, ମହମ୍ମଦ ପରଭେଜ, ସୁଶାନ୍ତ ତ୍ରୀପାଠୀ,ଅମରେଶ ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking