16.1 C
Bhubaneswar
Sunday, December 7, 2025
Homeଓଡିଶାସୋଆ ଉପକୁଳପତିଙ୍କୁ ଡ. ଏପିଜେ. ଅବ୍‌ଦୁଲ କାଲାମ ସମ୍ମାନ ପ୍ରଦାନ

ସୋଆ ଉପକୁଳପତିଙ୍କୁ ଡ. ଏପିଜେ. ଅବ୍‌ଦୁଲ କାଲାମ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର (ଡ) ନୀତା ମହାନ୍ତିଙ୍କୁ ନିକଟରେ ମୁଖ ଗହ୍ୱର ସ୍ୱାସ୍ଥ୍ୟ, ନୂତନତ୍ୱ ପ୍ରବର୍ତନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍ ପକ୍ଷରୁ ଡ. ଏପିଜେ. ଅବ୍‌ଦୁଲ କାଲାମ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଫେବୃଆରୀ ୧୫ ଓ ୧୬ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖଗହ୍ୱର ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମହାନ୍ତି ଓ ଅନ୍ୟ ୧୨ ଜଣ ଗବେଷକଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଫେସର (ଡ) ମହାନ୍ତି ମଧ୍ୟ ଏହି ଅବସରରେ ଆୟୋଜିତ ଏକ କର୍ମଶାଳାରେ ବକ୍ତୃତା ଦେଇଥିଲେ ଓ ଏକ ପ୍ୟାନେଲ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଦନ୍ତ ଚିକିତ୍ସକ ଓ ସାଂସଦ ଡ. ରାଜେଶ ମିଶ୍ର ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ, ବାୟୋଟେକ୍ନୋଲଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍‌ସ କାଉନ୍‌ସିଲ୍‌, ଡିବିଟି, ଡିଏସ୍‌ଟି, ସିଏସ୍‌ଆଇଆର, ଡିଆରଡିଓ, ଫେଡେରେସନ୍ ଡେଂଟାୟାର ଇନ୍‌ଟରନ୍ୟାସ୍‌ନାଲ, ଇନ୍‌ଟରନ୍ୟାସ୍‌ନାଲ ଆସୋସିଏସନ୍ ଫର ଡେଂଟାଲ ରିସର୍ଚ୍ଚ, ହେଲ୍‌ଥକେୟାର ଇନ୍‌କ୍ୟୁବେସନ୍ ସେଂଟର୍ସ ତଥା ଓରାଲ୍ ହେଲ୍‌ଥ ଟ୍ରେଡ ଆଣ୍ଡ ଫାର୍ମା ଇଣ୍ଡଷ୍ଟ୍ରି ସହାୟତାରେ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking