ଭୁବନେଶ୍ୱର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ ପ୍ରତି ଅସାବଧାନତା ଯୋଗୁଁ ଲୋକମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଲଗାତାର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜିକା ସମୟରେ, କିଡନୀ ଷ୍ଟୋନ ମଧ୍ୟ ଏକ ସାଧାରଣ ରୋଗ ହୋଇଗଲାଣି । ଶରୀରରେ ଏହି ସମସ୍ୟା ଦେଖାଦେଲେ ଏହାର ଯନ୍ତ୍ରଣା ଅସହ୍ୟ ହୋଇପାରେ । କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ରକ୍ତ ସଫା କରିବା ଏବଂ ପରିସ୍ରା ଉତ୍ପାଦନ କରିବା ହେଉଛି ଏହାର କାମ । ଏହା ବ୍ୟତୀତ, ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ନ ଥାଏ, ସେତେବେଳେ ଏଗୁଡ଼ିକ ଧିରେ ଧିରେ ଜମା ହୋଇ ଷ୍ଟୋନ ବା ପଥରର ରୂପ ନେଇଥାଏ ।
ଯଦି ସଠିକ ସମୟ ମଧ୍ୟରେ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହି ସାଧାରଣ ସମସ୍ୟା କିଡନୀକୁ କ୍ଷତି ପହଞ୍ଚାଇ ଅକାମୀ କରିପାରେ । ନିରାମିଷ ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ । ଯଦି ଆପଣଙ୍କର କିଡନୀ ଷ୍ଟୋନ୍ ସମସ୍ଯା ଅଛି, ତେବେ ଆପଣଙ୍କୁ ପ୍ରୋଟିନଯୁକ୍ତ ଖାଦ୍ଯ କମ କରିବା ଉଚିତ । କାରଣ ଏହା କିଡନୀ ଷ୍ଟୋନ୍ ହେବାର ଆଶଙ୍କା ବଢ଼ାଇଥାଏ । ଯଦି ଆପଣଙ୍କର କିଡନୀରେ ଷ୍ଟୋନ ସମସ୍ୟା ଅଛି, ତେବେ ଆପଣଙ୍କୁ ଅଣ୍ଡା, ଦହି, ଚଣା, ମାଛ, ଚିକେନ୍ ଏବଂ ଡାଲିରୁ ତିଆରି ଖାଦ୍ୟ ଖାଇବା ଉଚିତ୍ ନୁହେଁ ।
ଯଦି ଆପଣଙ୍କର କିଡନୀରେ ଷ୍ଟୋନ ସମସ୍ୟା ଅଛି, ତେବେ ଆପଣ କୋଲ୍ଡ ଡ୍ରିଙ୍କ୍ସ ପିଇବା ଉଚିତ୍ ନୁହେଁ । କାରଣ ଥଣ୍ଡା ପାନୀୟ ତିଆରିରେ ଫସଫୋରିକ ଏସିଡ୍ ପ୍ରଚୁର ପରିମାଣରେ ବ୍ୟବହୃତ ହୁଏ । ଏହା ଷ୍ଟୋନ ହେବାର ଆଶଙ୍କା ବଢ଼ାଇଥାଏ । କିଡନୀରେ ଷ୍ଟୋନ ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । କାରଣ ଲୁଣରେ ସୋଡିୟମ୍ ଥାଏ । ଲୁଣ ଅଧିକ ଖାଇବା ଦ୍ୱାରା ଶରୀରରେ ଥିବା ସୋଡିୟମ୍, କ୍ୟାଲସିୟମରେ ପରିଣତ ହୁଏ । ଏହି କାରଣରୁ ଶରୀରରେ ଷ୍ଟୋନ ସୃଷ୍ଟି ହେବା ଆରମ୍ଭ ହୁଏ ।










