21.1 C
Bhubaneswar
Friday, February 6, 2026
Homeଓଡିଶାଦଳୀୟ ନେତୃବୃନ୍ଦଙ୍କ ପାଇଁ ଫତୱା: ମତଦେବା ପୂର୍ବରୁ ପରାମର୍ଶ ନିଅନ୍ତୁ

ଦଳୀୟ ନେତୃବୃନ୍ଦଙ୍କ ପାଇଁ ଫତୱା: ମତଦେବା ପୂର୍ବରୁ ପରାମର୍ଶ ନିଅନ୍ତୁ

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସର ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ପିସିସି ଭାବେ ଦାୟିତ୍ୱ ନେବା ପରେ ସଭାପତି ଭକ୍ତ ଚରଣ ଦାସ ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି। ସିଧାସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି। ଏଥି ସହ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ପିସିସି ସଭାପତି ଭକ୍ତ ଦାସ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, କେତେକ ନେତୃବୃନ୍ଦ ସେମାନଙ୍କର ନିଜସ୍ୱ ମତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦେଉଛନ୍ତି। ଏହା ଦ୍ବାରା କଂଗ୍ରେସ ଦଳର ଆଭିମୁଖ୍ୟଠାରୁ ଭିନ୍ନ ହେଉଛି। ଫଳରେ ଏହା ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି। ତେଣୁ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ହେବ। ଅନ୍ୟପଟେ କୌଣସି ଘଟଣା ସମ୍ପର୍କରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମତ ଦେବା ପୂର୍ବରୁ କଂଗ୍ରେସ ନେତାମାନେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନଚେତ୍ ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ। କୌଣସି ଘଟଣା ସମ୍ପର୍କରେ ଦଳର ଆଭିମୁଖ୍ୟ କଣ ରହିବ, ସେ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଗଣମାଧ୍ୟମକୁ ଯିବା ପୂର୍ବରୁ ସେମାନଙ୍କର ମତାମତ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପ୍ରଦାନ କରିବେ ବୋଲି ଏହି ଚିଠିରେ କହି ନେତାଙ୍କୁ ତାଗିଦ୍ କରିଛନ୍ତି ପିସିସି ମୁଖିଆ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking