18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବିଦା ହେବେ ୟୁନୁସ୍‌: ନୂଆ ଦଳ ଗଢିବେ ଛାତ୍ରନେତା

ବିଦା ହେବେ ୟୁନୁସ୍‌: ନୂଆ ଦଳ ଗଢିବେ ଛାତ୍ରନେତା

ଢାକା: ବାଂଲାଦେଶରେ ଲାଗି ରହିଛି ରାଜନୈତିକ ଅସ୍ଥିରତା। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ସରକାର ଏସବୁ ଅସ୍ଥିରତାକୁ ପ୍ରତିହତ କରିବାରେ ବିଫଳ ହୋଇଛନ୍ତି। ବାଂଲାଦେଶ ସେନାବାହିନୀ ମୁଖ୍ୟ ମଧ୍ୟ ଦେଶରେ ସାମରିକ ଶାସନ ଲାଗୁ କରିବା ନେଇ ଆଭାସ ଦେଇସାରିଛନ୍ତି। ଏସବୁ ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ମହମ୍ମଦ ୟୁନୁସ୍‌ଙ୍କ ସରକାରର ଖୁବଶୀଘ୍ର ପତନ ହେବ। ଯେଉଁ ଛାତ୍ର ନେତାମାନଙ୍କ ଯୋଗୁଁ ଶେଖ ହସିନାଙ୍କ ସରକାରର ପତନ ଘଟିଥିଲା, ଏବଂ ଦେଶ ଶାସନ ଭାର ଛାତ୍ରନେତାମାନେ ମହମ୍ମଦ ୟୁନୁସ୍‌ଙ୍କ ହାତରେ ଦେଇଥିଲେ ଏବେ ସେହି ଛାତ୍ର ତଥା ଯୁବ ନେତାମାନେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ଶେଖ ହସିନାଙ୍କ ସରକାରକୁ ଭାଙ୍ଗିବା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିବା ଜାତୀୟ ନାଗରିକ ସମିତି ଏବଂ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନ ଦେଶର ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, ନୂତନ ଦଳ ଗଠନର ଘୋଷଣା ଶୁକ୍ରବାର (ବାଂଲାଦେଶୀ ସମୟ) ଅପରାହ୍ନ ୩ଟାରେ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ନାଗରିକ ସମିତିର ମୁଖ୍ୟ ସଂଗଠକ ସରଜିସ ଆଲାମ ସୂଚନା ଦେଇଛନ୍ତି। ଏମାନେ ଫେବୃଆରୀ ୫ ତାରିଖରୁ ଏକ ନୂତନ ଦଳ ଗଠନ କରିବା ସମ୍ପର୍କରେ ଜନମତ ଜାଣିବା ପାଇଁ ଏକ ସର୍ଭେ କରୁଛନ୍ତି। ବାଂଲାଦେଶର ଛାତ୍ର ନେତାମାନେ ଦେଶର ପ୍ରାୟ ସମସ୍ତ ଜିଲ୍ଲାର ଲୋକଙ୍କଠାରୁ ଅନଲାଇନରେ ମତାମତ ଲୋଡିଥିଲେ। ଏହି ଆଧାରରେ, ଏକ ନୂତନ ଦଳ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking