28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସୁଦାନ ବିମାନ ଦୁର୍ଘଟଣାଗ୍ରସ୍ତ, ୪୬ ମୃତ

ସୁଦାନ ବିମାନ ଦୁର୍ଘଟଣାଗ୍ରସ୍ତ, ୪୬ ମୃତ

ଖାର୍ତୁମ: ସୁଦାନର ଏକ ସାମାରିକ ବିମାନ ଓମ୍‌ଦୁରମାନ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ସେନା କର୍ମଚାରୀ ଓ ସାଧାରଣ ନାଗରିକ ଅଛନ୍ତି। ୟୁକ୍ରେନ୍‌ରେ ନିର୍ମିତ ଆଣ୍ଟୋନୋଭ୍‌ ନାମକ ବିମାନ ଓମ୍‌ଦୁରମାନ ସହରରେ ଥିବା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ତେବେ କିଛିସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନୀୟ ସେନା କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ତେବେ କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଦୁର୍ଘଟଣାରେ ୫ଜଣ ସାଧାରଣ ନାଗରିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୨୩ ଏପ୍ରିଲ୍‌ରୁ ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଲଢ଼େଇ ଜାରି ରହିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ହୋଇଛି। ରାଜଧାନୀ ଖାର୍ତୁମରେ ଦୁଇ ପକ୍ଷଙ୍କ ମଧ୍ୟରେ କିଛିଦିନ ହେବ ଲଢ଼େଇ ଜାରି ରହିଛି। କିଛିଦିନ ତଳେ ସେନାର ଏକ ବିମାନକୁ ଖସାଇ ଦେଇଥିବା ଅର୍ଦ୍ଧସାମରିକ ବାହିନୀ ତରଫରୁ ଦାବି କରାଯାଇଥିଲା। ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଲଢ଼େଇ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୧୪ ନିୟୁତ ବ୍ୟକ୍ତି ବାସଚ୍ୟୁତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking