ଭଦ୍ରକ : ସୋର ଯୁବତୀ ହତ୍ୟାକାଣ୍ଡ ମାମଲା । ସୋର ଓ ବାସୁଦେବପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ଚୂଡାମଣୀରୁ ଧରିଲେ ପାଗଳ ପ୍ରେମିକ ବିଶ୍ବରଞ୍ଜନ ପୁହାଣକୁ । ପୋଲିସ ଧରିବା ପୂର୍ବରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଚିକିତ୍ସା ପାଇଁ ବିଶ୍ବରଞ୍ଜନକୁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ଏକତରଫା ପ୍ରେମରେ ବିଫଳ ହେବା ଯୋଗୁଁ ପ୍ରେମ ଚରମ ନିଷ୍ପତ୍ତି ନେଇଥିଲା ପାଗଳ ପ୍ରେମିକ ବିଶ୍ୱରଞ୍ଜନ । ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କରିଥିଲା ପ୍ରେମିକ । ହତ୍ୟାକାଣ୍ଡ ଭିଆଇ ପରେ ଫେରାର ଥିଲା ବିଶ୍ବରଞ୍ଜନ । ବାସୁଦେବପୁର ଓ ସୋର ପୋଲିସର ମିଳିତ ଚଢାଉ ବେଳେ ଚୂଡାମଣୀ ତଳସାହିରୁ ଧରା ପଡିଲା ବିଫଳ ପ୍ରେମିକ ହତ୍ୟାକାରୀ ବିଶ୍ବରଞ୍ଜନ ପୁହାଣ । ସୂଚନା ଅନୁଯାୟୀ, ସୋର ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା ବିଏ ପାସ ପରେ ବେଙ୍ଗଲୋରରେ ଓ ଞ କମ୍ପାନୀରେ କାର୍ୟ୍ୟ କରୁଥିଲେ । ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଚୂଡାମଣୀ ପଞ୍ଚାୟତର ତଳସାହି ଗ୍ରାମର ବିଶ୍ୱରଞ୍ଜନ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳେ ଜ୍ୟୋର୍ତିମୟୀର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।










