29.1 C
Bhubaneswar
Tuesday, February 10, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା । ଯେତେ ପର୍ଯ୍ୟନ୍ତ ଆପଣ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଇଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।।

ଭଲ କାମ କରିଚାଲ କେହି ସମ୍ମାନ କରନ୍ତୁ ବା ନକରନ୍ତୁ , ଯେତେବେଳେ ସୁର୍ଯ୍ୟଦେବ ଉଦୟ ହୁଅନ୍ତି ତେବେ କୋଟି କୋଟି ଲୋକ ନିଦ୍ରାରେ ରହିଥାନ୍ତି ତଥାପି ସୁର୍ଯ୍ୟଦେବ ଉଦୟ ହୁଅନ୍ତି ।।

ପ୍ରତ୍ୟେକଟି ଜିନିଷର ପ୍ରାରମ୍ଭ ନୀରବତାରୁ ହୋଇଥାଏ | ଆପଣଙ୍କ ବିଚାରଧାରାର ସ୍ରୁସ୍ଟି ନୀରବତାର ଶୁନ୍ୟତାରୁ ହୋଇଥାଏ | ଆପଣଙ୍କ ଶବ୍ଦ ସେହି ଶୂନ୍ୟତାରୁ ପ୍ରଷ୍ପୁଟିତ ହୋଇଥାଏ | ଜୀବନର ସାରାଂଶ ସେହି ଶୂନ୍ୟତାରୁ ପ୍ରାପ୍ତ ହୋଇଥାଏ | ପ୍ରତ୍ୟେକ ରଚନାତ୍ମକ କାର୍ଯ୍ୟ ପାଇଁ ସ୍ଥିରତା ଓ ନିରବତା ଆବଶ୍ୟକ ହୋଇଥାଏ ||

“ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଆଉ ସେ ପିଲାଦିନ ଗୋଟିଏ ଏମିତି ସ୍ମରଣୀୟ ଫର୍ଦ ଯେ ତାକୁ କେବେ ବି ଭୁଲି ହୁଏ ନାହିଁ !!”

ନିଜର ହସ୍ତ ରେଖା ଦେଖି ଭବିଷ୍ୟତ କଣ ହେବ ଚିନ୍ତା କରନ୍ତୁ ନାହିଁ .କାହିଁକି ନା ଯେଉଁ ଲୋକମାନଙ୍କର ହାତ ନାହିଁ ସେମାନଙ୍କର ମଧ୍ୟ ଭବିଷ୍ୟତ ଅଛି . ତେଣୁ ନିଜ କର୍ମ ଉପରେ ବିଶ୍ବାସ କରନ୍ତୁ ହାତର ରେଖା ଉପରେ ନୁହେଁ !!”

“ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଥ ଖୋଜିଲେ ବି ସହଜରେ ମିଳେ ନାହିଁ ତା ହେଉଛି ନିଜର “ଦୋଷ” . ଯିଏ ପାଇପାରିଲା ତା ଜୀବନ ଟା ସେତେ ସୁନ୍ଦର ହୋଇ ପାରିଲା !!”

“ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ ସ୍ଥାନରେ ନପହଞ୍ଚିଛନ୍ତି ଯେତେ କଷ୍ଟ ହେଲେ ମଧ୍ଯ ଜୀବନର ରାସ୍ତାରେ ଚାଲିବା ଛାଡ଼ନ୍ତୁ ନାହିଁ !!”*

“ଏହା ଜରୁରୀ ନୁହେଁ କି କେବଳ ଖରାପ କାମ କରିଲେ ଦୁଃଖ ମିଳିବ,ବେଳେବେଳେ ମଧ୍ୟ ଆବଶ୍ୟକ ଠାରୁ ଅଧିକ ଭଲ କାମ କଲେ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ !!

ଅଦ୍ୟ ଫେବୃଆରୀ ମାସ ୨୬ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ୧୧/୩୫ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଶ୍ରାବଣ। ରାତ୍ରି ଘ୦୬/୨୪ ଗତେ ଧନିଷ୍ଟା
ଚନ୍ଦ୍ର – ମକର
ଯୋଗ- ବରୀୟ।ନ୍
କରଣ – ବାଣିଜ୍ୟ
ସୌରମାସ- କୁମ୍ଭ ୧୫ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୧୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୧୨
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୧୧/୩୫ ଗତେ ପଶ୍ଚିମେ
ସିଂହ ରାଶିର ଘାତଚନ୍ଦ୍ର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ
କର୍କଟ ରାଶି ର ଘାତବାର
ଅଦ୍ୟ ପୁଷ୍କର ଦୋଷ ନାସ୍ତି
✧═════•❁❀❁•═══
କାଳବେଳା -ଦିବା ଘ୦୯/୦୪ ଗତେ ଘ୧୦/୩୨ମଧ୍ୟେ
ବାରବେଳା – ଦିବା ଘ୧୧/୫୭ଗତେ ଘ୦୧/୩୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୪୫ ମଧ୍ୟେ ଓ ଘ୦୧/୩୬ ଗତେ ଘ୦୨/୧୦
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୪୪ ଗତେ ଘ୦୫/୫୦.ମଧ୍ୟେ ଓ ରାତ୍ରି ଘ୦୯/୦୧ଗତେ ଘ୧୦/୩୮ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ୧୧/୩୫ ଗତେ ବିରି ଭକ୍ଷଣ ନିଷେଧ
═✧══•❁❀❁•═
ଆଜିର ରାଶିଫଳ
✧═════•❁❀❁•═════
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking